35.2 C
Bhubaneswar
Saturday, August 1, 2026
Homeଦେଶ ବିଦେଶ୧୦୯ ନିୟୁତ ଡଲାରର ଏଫ୍-୩୫-ବି ଜେଟ୍ ଅଗ୍ନିପିଣ୍ଡୁଳାରେ ପରିଣତ

୧୦୯ ନିୟୁତ ଡଲାରର ଏଫ୍-୩୫-ବି ଜେଟ୍ ଅଗ୍ନିପିଣ୍ଡୁଳାରେ ପରିଣତ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ-କୁହାଯାଉଥିବା ଆମେରିକୀୟ ଏଫ- ୩୫ କାଲଫର୍ଣ୍ଣିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସାନ ଡିଏଗୋରମାରିନ କର୍ପସ ଏୟାର ଷ୍ଟେସନ ମିରାମରରେ ଆମେରିକା ମାରିନ କର୍ପସର ଏଫ-୩୫-ବି ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଜଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଆମେରିକୀୟ ଅଧିକଆରୀମାନେ ଦୁର୍ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏହାକୁ ଏକ କ୍ଲାସ- ଏ ଦୁର୍ଘଟଣା ବୋଲି କୁହାଯାଇଛି । ଯାହା ଦୁର୍ଘଟଣାର ସବୁଠାରୁ ଗମ୍ଭୀର ବର୍ଗ । ବିମାନଟି ମାରିନ ଏୟାରକ୍ରାଫ୍ଟ ଗ୍ରୁପ-୧୧ର ତୃତୀୟ ଏୟାରକ୍ରାଫ୍ଟ ୱିଙ୍ଗରେ ସାମିଲ ଥିଲା । ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୧୦ଟାରେ ଯୁଦ୍ଧ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାର ବେସରେ ଖସିବା ପରେ ବିମାନଟି ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା । ତୃତୀୟ ମାରିନ ଏୟାର କ୍ରାଫ୍ଟ ୱିଙ୍ଗ ଏକ ବିବୃତିରେ କହିଛି ଯେ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବାହାରକୁ ବାହାରି ଆସିଥିଲେ । ତାଙ୍କର ଜୀବନ ପ୍ରତି କୌଣସି ବିପଦ ନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଆମେରିକୀୟ ସେନା ଦୁର୍ଘଟଣାର କାରଣ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହିଁ । ଏହା ହେଉଛି ଏକ ପଞ୍ଚମ ପିଢିର ଲଢୁଆ ବିମାନ । ଏହା ଏଫ- ୩୫ର ଏକ ସର୍ଟ- ଟେକ -ଅଫ ଏବଂ ଭର୍ଟିକାଲ – ଲ୍ୟାଣ୍ଡିଂ ସଂସ୍କରଣ । ଏହା ମୁଖ୍ୟତଃ ଆମେରିକା ମାରିନ କର୍ପସ ଦ୍ୱାରା ପରିଚାଳିତ । ଏହି ବିମାନର ମୂଲ୍ୟ ପ୍ରାୟ ୧୦୯ ନିୟୁତ ଡଲାର ବୋଲି ଯାହା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking