35.2 C
Bhubaneswar
Saturday, August 1, 2026
Homeଓଡିଶାବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ: ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ବନ୍ୟାର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ: ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ହୋଇଥିବା ବନ୍ୟା ପରିସ୍ଥିତିର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ସରକାରୀ ସୂଚନା ଅନୁସାରେ ବନ୍ୟାରେ ରାଜ୍ୟର ୬୩ଟି ବ୍ଲକ ଅଧୀନରେ ଥିବା ୪୯୨ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ବନ୍ୟା ପାଣି ଘରେ ପଶିବା ସହ ଚାଷଜମି ଜଳମଗ୍ନ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରାଥମିକ ଆକଳନ ଅନୁସାରେ ୩୩ ହଜାର ୪୫୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଥିବାବେଳେ ୧୧୩୨ଟି ଘର ଭାଙ୍ଗିଯାଇଛି। ମୋଟ ୮ ଲକ୍ଷ ୩ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ସରକାର କହିଛନ୍ତି।ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ ୨ ଲକ୍ଷ ୫୧ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ୫୨୭ଟି ରିଲିଫ୍ ସେଣ୍ଟର ଖୋଲାଯାଇଥିବାବେଳେ ସେଠାରେ ବର୍ତ୍ତମାନ ୨ ଲକ୍ଷ ୫୪ ହଜାର ଲୋକ ଆଶ୍ରୟ ନେଇଛନ୍ତି।ରିଲିଫ୍ ସେଣ୍ଟରଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଓ ଆବଶ୍ୟକ ସାମଗ୍ରୀ ଯୋଗାଣ ଜାରି ରହିଛି। ବନ୍ୟାଜଳ ହ୍ରାସ ପାଉଥିବା ସତ୍ତ୍ୱେ ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଜାରି ରହିଥିବାରୁ ପ୍ରଶାସନ ସତର୍କ ଅବସ୍ଥାରେ ରହିଛି। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଅଧିକ ସହାୟତା ଘୋଷଣା କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking