କେନ୍ଦ୍ରାପଡା: ଆଜିଠୁ ଖୋଲିଲା ଭିତରକନିକା । ପର୍ଯ୍ୟଟକଙ୍କ ମନରେ ଖୁସି ଖେଳିଯାଇଛି । ଏବେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଲି ଦେଖିପାରିବେ ପର୍ଯ୍ୟକ । ଫୁଲତୋଡା ଦେଇ ପର୍ଯ୍ୟଟକଙ୍କୁ ସ୍ୱାଗତ କଲା ବନ ବିଭାଗ । ପର୍ଯ୍ୟଟକମାନେ ବୋଟିଂ କରିବା ସହ ଅଭୟାରଣ୍ୟରେ କୁମ୍ଭୀର ଓ ଅନ୍ୟ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇଛନ୍ତି । କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ବନ୍ଦ ଥିଲା ଭିତରକନିକା । କୁମ୍ଭୀରଙ୍କ ପ୍ରଜନନରେ ଯେପରି ବାଧା ସୃଷ୍ଟି ନହୁଏ, ସେଥିପାଇଁ ପ୍ରତିବର୍ଷ ମେ ମାସରୁ ଜୁଲାଇ ଯାଏ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଏ । ତେବେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ଖୋଲାଯାଇଛି । ଚଳିତ ବର୍ଷ ପୂର୍ବବର୍ଷ ଭଳି ଗୁପ୍ତି, ଖୋଳା ଓ ଡାଙ୍ଗମାଳରୁ ପର୍ଯ୍ୟଟକମାନେ ନୌବିହାର କରିପାରିବା ସହ ଡାଙ୍ଗମାଳରେ ରହିଥିବା କଟେଜ ଗୁଡିକରେ ରାତ୍ରିଯାପନ କରିପାରିବେ ।










