35.2 C
Bhubaneswar
Saturday, August 1, 2026
Homeଓଡିଶାଫାଇଲ ଗାୟବ: ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

ଫାଇଲ ଗାୟବ: ତଥ୍ୟ ମାଗିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଫାଇଲ ଗାୟବ ମାମଲାରେ ତଥ୍ୟ ମାଗିଲା କ୍ରାଇମବ୍ର । ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲାରେ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । ଏନେଇ ସିଏମଓ , ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । କିଏ ଫାଇଲ ଡିଲ କରେ, କେଉଁ ବିଭାଗରେ ରୁହେ ଏସବୁର ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ । କିଏ ଫାଇଲ ରିସିଭ କରିଥିଲା ସେ ତଥ୍ୟ ବି ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସୂଚନାଥାଉକି, ଲକ୍ଷ୍‌ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଏବଂ ସମ ହସ୍ପିଟାଲରେ ଅଗ୍ନିକାଣ୍ଡ ରିପୋର୍ଟ ସିଏମରୁ ଗାୟବ ଘଟଣାରେ କ୍ରାଇମବ୍ରାଞ୍ଚ ଖୋଳତାଡ କରୁଛି । ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢୁଛି କ୍ରାଇମବ୍ରାଞ୍ଚା ଯଦି ଏହାର କିଛି ପ୍ରମାଣ ମିଳେ ଯିଏ ଏଥିରେ ସମ୍ପୃକ୍ତ ଥିବେ ସେମାନେ ତଦନ୍ତ ପରିସରଭୁକ୍ତ ହେବେ ବୋଲି କୁହାଯାଉଛି । ପୂର୍ବରୁ ରାଜେଶ ବର୍ମାଙ୍କୁ ସମନ କରାଯାଇଥିଲା । କ୍ୟାପିଟାଲ ଥାନାରେ ହାଜତ ହେବା ପାଇଁ ମଧ୍ୟ କୁହାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବାରୁ ସେ ହାଜର ହୋଇପାରିନାହାନ୍ତି । କେବଳ ରାଜେଶ ବର୍ମାଙ୍କୁ ନହେଁ, ଭିକେ ପାଣ୍ଡିଆନଙ୍କୁ ଗତ ୨୫ ତାରିଖରେ କ୍ୟାପିଟାଲ ଥାନାରେ ହାଜର ହେବା ପାଇଁ ପୋଲିସ କମିସନର ନୋଟିସ କରିଥିଲା । ହେଲେ ଇମେଲ ଯୋଗେ ପାଣ୍ଡିଆନ କହିଥିଲେ ସେ ବିଦେଶରେ ଥିବା କାରଣରୁ ଓଡିଶା ଆସିପାରିବେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking