32.7 C
Bhubaneswar
Saturday, August 1, 2026
Homeଓଡିଶାଏନଏଚ୍-୧୬ରେ ସିରିଜ୍ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲ୍ପର

ଏନଏଚ୍-୧୬ରେ ସିରିଜ୍ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର-ହେଲ୍ପର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା। ରାସ୍ତାକଡ଼ରେ ଥିବା ଏକ କୋଇଲା ବୋଝେଇ ଟ୍ରକ୍‌କୁ ପଛକୁ ପଛ ଧକ୍କା ଦେଲା ତିନୋଟି ଟ୍ରକ୍। ଦୁର୍ଘଟଣାରେ ୨ ଡ୍ରାଇଭର ଆହତ ହୋଇଛନ୍ତି। ସୂଚନା ଅନୁସାରେ, କଟକରୁ ବିଜୟୱାଡା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ଚଣ୍ଡୀ ଢାବା ନିକଟରେ ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳ ଖାଲକୁ ଓଲଟି ପଡ଼ିଥିଲା। ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଟ୍ରକ୍‌କୁ ଖାଲରୁ ଉଦ୍ଧାର କରାଯାଇ ରାସ୍ତା କଡ଼ରେ ରଖାଯାଇଥିଲା। ପରେ ଆଉଏକ କୋଇଲା ବୋଝେଇ ଟ୍ରକ୍ ଏହା ପଛରେ ଜୋରଦାର ଧକ୍କା ଦେଇଥିଲା। ଏହାପରେ ପଛରୁ ଆସୁଥିବା ଆଉ ଦୁଇଟି ଟ୍ରକ୍ ମଧ୍ୟ ପଛକୁ ପଛ ଧକ୍କା ଦେବାରୁ ଆତଙ୍କ ଖେଳିଯାଇଥିଲା। ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ଉଭୟଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking