33.1 C
Bhubaneswar
Wednesday, July 29, 2026
Homeଦେଶ ବିଦେଶଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି

ଆସାମ ବନ୍ୟାରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି

ଆସାମ: ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିବା ଅବିରତ ବର୍ଷା ଆସାମର ପ୍ରତିଛବିକୁ ବଦଳାଇଦେଇଛି । ଆସାମ ବନ୍ୟାର କରାଳ ରୂପ ଏବେ ବି ଜାରି ରହିଛି । ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫କୁ କୁ ପହଞ୍ଚିଛି । ତେବେ ଗତ କିଛଇ ଦିନ ତୁଳନାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାରରୁ କମି ୩ ଲକ୍ଷ ୩୨ ହଜାରରେ ପହଞ୍ଚିଛି । ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଅନୁସାରେ, ମଙ୍ଗଳବାର ସିବସାଗର ଜିଲ୍ଲାର ନାଜିରା ରେଭେନ୍ୟୁ ସର୍କଲରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ମୋଟ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟାରେ ମୃତ ଏବଂ ନିଖୋଜ ଲୋକଙ୍କ ପରିବାର ପାଇଁ ବଡ ସହାୟତା ଘୋଷଣା କରିଛନ୍ତି । ଏବେ ପରିବାର ପିଛା ମୋଟ ୯ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ପୂର୍ବରୁ ଥିବା ୪ ଲକ୍ଷ ଟଙ୍କା ସହାୟତା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଅତିରିକ୍ତ ୫ ଲକ୍ଷ ଟଙ୍କା ଦିଆଯିବ । ଏଣିକି କ୍ଷତିପୂରଣ ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଆବଶ୍ୟକ ହେବନାହିଁ । ସର୍କଲ ଅଫିସରଙ୍କ ପ୍ରମାଣପତ୍ର ଆଧାରରେ ସହାୟତା ମିଳିପାରିବ । ଚାରୋଟି ଅଧିକ ପ୍ରଭାବିତ ଜିଲ୍ଲା ସିବସାଗର, ଚରାଇଦେଓ, ଯୋରହାଟ ଏବଂ ଗୋଲାଘାଟର ପ୍ରାୟ ୧ ଲକ୍ଷ ପରିବାରକୁ ୧୫ ହଜାର ଟଙ୍କା ଅନ୍ତରୀଣ ସହାୟତା ଦିଆଯିବ । ସେହିପରି ଅରୁଣୋଦୟ ଯୋଜନାର ହିତାଧିକାରୀଙ୍କୁ ଅଗଷ୍ଟ ମାସରେ ୧୨୫୦ ଟଙ୍କା ମିଳିବ । ସେନା, ବାୟୁସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking