33.1 C
Bhubaneswar
Wednesday, July 29, 2026
Homeଓଡିଶାଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଉପରେ ନଜର: ୩ ଜିଲ୍ଲାର ୨ ଲକ୍ଷ ଲୋକ...

ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି ଉପରେ ନଜର: ୩ ଜିଲ୍ଲାର ୨ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସାଂଘାତିକ । ସ୍ୱତନ୍ତ୍ର ରିଲିଫ୍ କମିସନର SRCଙ୍କ ସୂଚନା ଅନୁଯାୟୀ, ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨ ଲକ୍ଷ ୩୨ ହଜାର ଲୋକ ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ରାଜ୍ୟର ୪୪ଟି ବ୍ଲକ୍ ଏବଂ ୨୩୩ଟି ଗ୍ରାମ ପଞ୍ଚାୟତ ବନ୍ୟାଜଳରେ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ଦୁର୍ଘଟଣାରେ ୪ ଜଣଙ୍କର ପ୍ରାଣହାନୀ ଘଟିଛି ।ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ୨୭ ହଜାର ୯୬୭ ଜଣ ଲୋକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ, ବନ୍ୟାଜଳ ପଶି କୃଷି ଓ ଭିତ୍ତିଭୂମିର ବଡ଼ଧରଣର କ୍ଷତି କରିଛି। ପ୍ରାୟ ୭ ହଜାର ୯୦୦ ହେକ୍ଟର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୭୬୧ଟି କଚ୍ଚା ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଳଇ ସୂଚନା ଦେଇଛନ୍ତି ଏସ୍‌ଆରସି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking