31.5 C
Bhubaneswar
Wednesday, July 29, 2026
Homeଓଡିଶା ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

 ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଆଜି ୧୧ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି ବନ୍ଦ । ଉତ୍ତର ଏବଂ ପଶ୍ଚିମ ଓଡିଶାର ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ । ଭଦ୍ରକ, କେନ୍ଦୁଝର, ଯାଜପୁର, ବରଗଡ, ନୂଆପଡା, କଳାହାଣ୍ଡି, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ସୋନପୁର, ବଲାଙ୍ଗିରରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷା ସହ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି।ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଜନିତ ବର୍ଷାକୁ ନେଇ ଏବେ ରାଜ୍ୟର ତିନୋଟି ନଦୀରେ ବନ୍ୟା ପରିସ୍ଥିତି  ଦେଖାଦେଇଛି। ସାଳନ୍ଦୀ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ  ଡେଇଁଛି। ବନ୍ୟାଜଳ ସହରାଞ୍ଚଳ ଓ ଗାଁଗଣ୍ଡାରେ ପଶିଲାଣି। ଏପରିକି ଭଦ୍ରକ ସମେତ କେତେକ ଜିଲାର ଲୋକେ ଜଳଘେରରେ ରହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking