33.1 C
Bhubaneswar
Wednesday, July 29, 2026
Homeଓଡିଶାକାଉଡ଼ିଆ ଯାତ୍ରା ପୂର୍ବରୁ କଡ଼ା ନିଷ୍ପତ୍ତି: ବନ୍ଦ ରହିବ ମାଂସ-ମାଛ-ଅଣ୍ଡା ଦୋକାନ

କାଉଡ଼ିଆ ଯାତ୍ରା ପୂର୍ବରୁ କଡ଼ା ନିଷ୍ପତ୍ତି: ବନ୍ଦ ରହିବ ମାଂସ-ମାଛ-ଅଣ୍ଡା ଦୋକାନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କାଉଡ଼ିଆ ଯାତ୍ରାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ହାପୁଡ଼ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । କାଉଡ଼ ଯାତ୍ରା ମାର୍ଗ ଏବଂ ତା’ ଆଖପାଖ ଅଞ୍ଚଳରେ ମାଂସ, ମାଛ ଓ ଅଣ୍ଡା ବିକ୍ରି କରୁଥିବା ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋକାନୀ ଓ ହୋଟେଲ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି। ଜୁଲାଇ ୨୬ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାଉଡ଼ ମାର୍ଗରେ ଏହି ସବୁ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ କୁହାଯାଇଛି । ପ୍ରଶାସନ ସ୍ପଷ୍ଟ କରିଛି ଯେ, ଆଦେଶ ଅମାନ୍ୟ କରୁଥିବା ଦୋକାନୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।ଜିଲ୍ଲାପାଳଙ୍କ କହିବା ଅନୁସାରେ, ଲକ୍ଷ ଲକ୍ଷ କାଉଡ଼ିଆ ଏହି ମାର୍ଗ ଦେଇ ଯାତ୍ରା କରୁଥିବାରୁ ଧାର୍ମିକ ଭାବନାକୁ ସମ୍ମାନ ଦେବା, ଆଇନ-ଶୃଙ୍ଖଳା ବଜାୟ ରଖିବା ଏବଂ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଏହା ସହ ପୁଲିସ ଓ ପ୍ରଶାସନ ପକ୍ଷରୁ ଯାତ୍ରା ମାର୍ଗରେ କଡ଼ା ନଜରଦାରି ମଧ୍ୟ କରାଯାଉଛି । ଏହା ବ୍ୟତୀତ କାଉଡ଼ ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ଓ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରସ୍ତୁତିକୁ ମଧ୍ୟ ଆହୁରି କଡ଼ା କରାଯାଇଛି । ପ୍ରଶାସନ ସାଧାରଣ ଲୋକଙ୍କୁ ସହଯୋଗ କରିବା ସହ ଜାରି ହୋଇଥିବା ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking