28.8 C
Bhubaneswar
Monday, July 27, 2026
Homeଓଡିଶାଭଞ୍ଜନଗର ପୁଲିସର ବଡ଼ ସଫଳତା: ଉଦ୍ଧାର ହେଲା ଆଉ ୩୫ଟି ହଜିଥିବା ମୋବାଇଲ

ଭଞ୍ଜନଗର ପୁଲିସର ବଡ଼ ସଫଳତା: ଉଦ୍ଧାର ହେଲା ଆଉ ୩୫ଟି ହଜିଥିବା ମୋବାଇଲ

ଭଞ୍ଜନଗର : ନୂଆ ବୈଷୟିକ ଜ୍ଞାନକୌଶଳ ଭଞ୍ଜନଗର ପୁଲିସ ମଧ୍ୟ ସଫଳତା ଆଣିଦେଇଛି । ଭଞ୍ଜନଗର ପୁଲିସ ରବିବାର ହଜିଥିବା ଆଉ ୩୫ଟି ମୋବାଇଲ ଉଦ୍ଧାର କରି ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି । ଏଥିସହ ଚଳିତ ବର୍ଷ ଭଞ୍ଜନଗର ପୁଲିସ ୩ଟି ଏହିଭଳି ମୋବାଇଲ ଉଦ୍ଧାର ମେଳା କରି ୧୬୫ ହିତାଧିକାରୀଙ୍କୁ ଫୋନ ହସ୍ତାନ୍ତର କରିଛି । ପୁଲିସର ଏହି ସଫଳତାକୁ ନେଇ ହିତାଧିକାରୀମାନେ ଖୁସିବ୍ୟକ୍ତ କରିଛନ୍ତି । ଉଦ୍ଧାର ମୋବାଇଲ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୧୦ ଜଣ ହିତାଧିକାରୀ ଅଛନ୍ତି । ମୋବାଇଲ ହସ୍ତାନ୍ତର ମେଳାରେ ସେମାନେ ଉପସ୍ଥିତ ହୋଇ ପାରି ନ ଥୁବା ଯୋଗୁ ସେମାନଙ୍କୁ ଡାକ ଯୋଗେ ଫୋନ୍ ପଠାଇବା ବ୍ୟବସ୍ଥା କରାଯାଇଛି । ପ୍ରାୟ ୪୦ ଲକ୍ଷ ଟଙ୍କାର ମୋବାଇଲ ଇତିମଧ୍ୟରେ ଉଦ୍ଧାର ହୋଇଛି । ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଯାଞ୍ଚ କରି ହଜିଯାଇଥିବା ମୋବାଇଲ ଉଦ୍ଧାର କରାଯାଇଛି । ୧୬୫ଟି ମୋବାଇଲ ଏପର୍ଯ୍ୟନ୍ତ ଉଦ୍ଧାର ହୋଇଛି । ଆଗକୁ ମଧ୍ୟ ଏହିଭଳି ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି ରବିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ତାହା ପ୍ରକାଶ କରିଛନ୍ତି । ଏହି ଅବସରରେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସ୍‌ଆଇ ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥୂଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking