31.7 C
Bhubaneswar
Friday, July 24, 2026
Homeଓଡିଶାଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟିର ନୋଟିସ

ଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟିର ନୋଟିସ

ଭୁବନେଶ୍ୱର: ସିଏମଓ ଫାଇଲ ଚୋରି ମାମଲାରେ ବଡ ତନାଘନା ଆରମ୍ଭ ହୋଇଛି । ପୂର୍ବତନ ଆଇଏଏସ ଉପେନ୍ଦ୍ରନାଥ ବେହେରାଙ୍କୁ ଏସଆଇଟିର ନୋଟିସ । ୨୬ ତାରିଖ ଦିନ ୧ଟାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଙ୍ଗରେ ଡକ୍ୟୁମେଣ୍ଟ , ରେକର୍ଡ ଆଣିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ମଧ୍ୟ ରାଜେଶ ବର୍ମାଙ୍କୁ ସମନ ପରେ ହାଜର ହେବା ପାଇଁ ନୋଟିସ ଦିଆଯାଇଥିବା ସତ୍ତ୍ୱେ ସେ ସ୍ୱାସ୍ଥଗତ ସମସ୍ୟା କହି ଆସନ୍ତାକାଲି ହାଜର ହୋଇନଥିଲେ । ହେଲେ ପୁଣି ଆଜି ହାଜର ପାଇଁ ନୋଟିସ ଦିଆଯାଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ଥାନାରେ ହାଜର ହେବା ପାଇଁ ରାଜେଶ ବର୍ମାଙ୍କୁ କମିଶନରେଟ ପୋଲିସ ନୋଟିସ ଜାରି କରିଛି । ଗତକାଲି ଭିକେ ପାଣ୍ଡିଆନଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଥିଲା । ୨୫ ତାରିଖରେ ହାଜର ହେବା ପାଇଁ ନୋଟିସ ଦିଆଯାଇଛି । ସୂଚନାଥାଉକି, ଲକ୍ଷ୍‌ମଣାନନ୍ଦଙ୍କୁ ହତ୍ୟା ଏବଂ ସମ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପୁନରାବୃତ୍ତି ହୋଇଛି । ଉକ୍ତ ଦୁଇଟି ଫାଇଲ ସିଏମଓରୁ ଗାଏବ ହୋଇଯାଇଛି । ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବଡ କଥା ହେଉଛି, ଦୁଇ ଦୁଇଟି ତଦନ୍ତ କମିସନଙ୍କ ଫାଇଲ ଗାଏବ ହୋଇଛି ନା ଆଉ କିଛି ଫାଇଲ ଗାଏବ ହୋଇଛି ତାହାକୁ ନେଇ ତଦନ୍ତ ପ୍ରକ୍ରିୟା ବେଶ ଜୋରଦାର ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking