33.8 C
Bhubaneswar
Friday, July 24, 2026
Homeଓଡିଶାଆଜି ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

ଆଜି ଶ୍ରୀମନ୍ଦିରକୁ ଫେରିବେ ତିନି ଠାକୁର

ପୁରୀ: ଆଜି ବାହୁଡ଼ା ଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିରରୁ ନୀଳାଚଳ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା । ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ଅପରୂପ ବେଶ ଭକ୍ତମାନଙ୍କ ମନକୁ ଭକ୍ତି ଓ ଭାବରେ ପରିପୂର୍ଣ୍ଣ କରିଦେଇଛି ।

 ଆଜି ଗୁଣ୍ଡିଚା ମନ୍ଦିରରୁ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ । ରଥ ଟାଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଅସଂଖ୍ୟ ଭକ୍ତ । ଭକ୍ତି, ଆଧ୍ୟାତ୍ମିକତା ଏବଂ ପରମ୍ପରାର ଏହି ଅନନ୍ୟ ସଙ୍ଗମ ପୁଣିଥରେ ଶ୍ରୀକ୍ଷେତ୍ରକୁ କରିଛି ଭକ୍ତିମୟ । ବାହୁଡ଼ା ଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ କୋଟି କୋଟି ଭକ୍ତଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିର ମହାପର୍ବ । ମହାପ୍ରଭୁଙ୍କ ଏହି ଦିବ୍ୟ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ପାଇଁ ସମସ୍ତଙ୍କ ପ୍ରାର୍ଥନା ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking