ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଇ ଦେଇଛନ୍ତି। NEET-UG ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିବାଦ ଏବଂ ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସୋସିଆଲ ମିଡିଆ ଜରିଆରେ ସେ ଏହି ସୂଚନା ଦେବା ସହ ଇସ୍ତଫାର କାରଣ ମଧ୍ୟ ଦର୍ଶାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜ ଚିଠିରେ ଲେଖିଛନ୍ତି ଯେ, ବିଗତ ଚାରି ଦଶନ୍ଧି ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷାର ସୁଧାର ପାଇଁ ମୁଁ ସମର୍ପିତ । ମୋର ବିଶ୍ୱାସ ଯେ, ଏକ ସମାବେଶୀ ଏବଂ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ହିଁ ସଶକ୍ତ ରାଷ୍ଟ୍ରର ଆଧାରଶୀଳ । ମୁଁ ଦେଶର ଯୁବଗୋଷ୍ଠୀଙ୍କ ଇଚ୍ଛା , ଭାବନାକୁ ସମ୍ମାନ ଜଣାଉଛି । ଭାରତର ଯୁବ ପୀଢୀଙ୍କ ସ୍ୱପ୍ନର ସାକାର କରିବା ଆମ ସମସ୍ତଙ୍କର ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଂକଳ୍ପ । ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ରାଷ୍ଟ୍ରର ସେବା କରିବା ପାଇଁ ଯେଉଁ ସୁଯୋଗ ମୋତେ ମିଳିଥିଲା ମୁଁ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି । ମେ ୩, ୨୦୨୬ରେ ହୋଇଥିବା ନିଟ- ୟୁଜି ପରୀକ୍ଷାର ଅନିୟମିତତା ଅଭିଯୋଗ ଆସିବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଭାରତ ସରକାର ଏହାକୁ ଦୃଷ୍ଟିରେ ରଖି ସିବିଆଇ ଯାଞ୍ଚ ଏବଂ ପରୀକ୍ଷା ରଦ୍ଧ କରିଥିଲେ । ପୁଣିଥରେ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଥିଲା । ଏଥିସହିତ ଆସନ୍ତାବର୍ଷ ନିଟ ପରୀକ୍ଷା ସିବିଟି ମୋଡରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହାରି ଭିତରେ ଆମ ସରକାର ୨୦ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ସୂଚାରୁ ରୁପେ ହେବା ପାଇଁ ଆମେ ପ୍ରାଥମିକତା ଦେଲୁ । ଏଥିପାଇଁ ସମ୍ପୂର୍ଣ୍ଣ ସରକାରଙ୍କ ସହେଯାଗରେ କାର୍ଯ୍ୟ କରାଗଲା । ଏଥିରେ ଭାରତ ସରକାରଙ୍କ ସହ ରାଜ୍ୟ ସରକାର, ବିଶେଷକରି ଜିଲ୍ଲା ପ୍ରଶାସନର ଅଧିକ ଭୂମିକା ରହିଥିଲା । ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହଯୋଗରେ ଜୁନ ୨୧ ରେ ପରୀକ୍ଷା ସ୍ୱଚ୍ଚତାର ସହ ହେଲା । ପ୍ରଶ୍ନପତ୍ର ଲିକ ଘଟଣାର ପ୍ରଥମ ଦିନରୁ ହିଁ ଏହାକୁ ନ ଏଡାଇ ଗମ୍ଭୀରତାର ସହ ନଜର ରଖିଥିଲି ।
ମୋର ସଂକଳ୍ପ ଯେ, କିଛି ଅସାଧୁ , ଦଲାଲ ବ୍ୟକ୍ତିଙ୍କ ପାଇଁ ଆମେ କୌଣସି ପ୍ରକାର ମେଧାବୀ ଛାତ୍ର, ଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁ ନାହିଁକି ପରୀକ୍ଷା ଖରାପ ହେବାକୁ ଦେବୁ ନାହିଁ । ପରେ ୧୬ ଜୁଲାଇରେ ନିଟ ଯୁଜି ପରୀକ୍ଷାର ଫଳାଫଳ ଘୋଷଣା କରାଗଲା ସେଥିରେ, ଗରିବ ପୃଷ୍ଠଭୂମିରୁ ଆସିଥିବା କିଛି ମେଧାବୀ ଛାତ୍ରଛାତ୍ରୀ ସଫଳତା ଗ୍ରହଣ କରିଥିଲେ । କିନ୍ତୁ ଏହାରି ଭିତରେ କିଛି ଛାତ୍ରଛାତ୍ରୀଙ୍କୁ ପଥ ଭ୍ରଷ୍ଟ କରିବା ପାଇଁ ପଦବୀରେ ଥିବା କିଛି ବ୍ୟକ୍ତି ବାଧା ସୃଷ୍ଟି କରିଥିଲେ । ଯାହା ମୋତେ ବ୍ୟଥିତ କରିଥିଲା । ମୁଁ ସବୁବେଳେ ଆମର ପ୍ରଜାତନ୍ତ୍ରର ଶକ୍ତିରେ ଅତୁଟ ବିଶ୍ୱାସ ରଖେ । ଏବଂ ଛାତ୍ରଙ୍କ ସ୍ୱପ୍ନ, ଇଚ୍ଛାକୁ ସମ୍ମାନ ଦେଇ ଆସେ । ସେମାନେ କେବଳ ଭାରତର ଭବିଷ୍ୟତ ନୁହଁନ୍ତି, ସେମାନେ ବିକଶିତ ଭାରତର ବାହକ , ନିର୍ମାତା ଏବଂ ଭବିଷ୍ୟତର ଶିଳ୍ପକାର । ଗତ କିଛିଦିନ ଧରି ଘଟିଥିବା ଘଟମାକ୍ରମକୁ ଦେଖି ମୁଁ ଦୁଃଖିତ । ଏହା ମୋ ପାଇଁ ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନାହିଁ । ଭାରତର ଯୁବଶକ୍ତି ହେଉଛି ଦେଶର ପ୍ରକୃତ ଶକ୍ତି । ଦେଶର ଯୁବଶକ୍ତିଙ୍କୁ ଭ୍ରମର କୁଚକ୍ରରେ ଫସିବାକୁ ଦେବୁ ନାହିଁ , ଏହା ମୋର ସଂକଳ୍ପ । ଜନ୍ତର ମନ୍ତର ଏବଂ ସାରା ଦେଶରେ ଯେଉଁ ପ୍ରକାର ସ୍ଥିତି ଉପୁଜିଥିଲା, ସେହି ସ୍ଥିତିର ରାଷ୍ଟ୍ର ବିରୋଧୀ ଶକ୍ତିର ଲାଭ କେହି ନ ଉଠାନ୍ତୁ । ଦେଶର ଏକତା ରହୁ । ଭାରତର ଗୋଟିଏ ବି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଜଟିଳ ସମସ୍ୟାରେ ବାନ୍ଧି ହୋଇ ନ ରହିବାକୁ ଏବଂ ଅଧିକ ସମୟ ପାଠପଢାରେ ଦେବାକୁ ପରାମର୍ଶ ଦେବା ସହ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପଠାଇଦେଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡିଶାର ଜନତା ଏବଂ ଦେଶର ଯୁବଗୋଷ୍ଠୀଙ୍କ ଇଚ୍ଛାର ସାକାର ହେଉ । ସବୁବେଳେ ଭଗବାନଙ୍କ ପାଖରେ ସମର୍ପିତ କରୁଛି । ନିଟ ପ୍ରଶ୍ନପତ୍ର ଲିକ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଛାତ୍ରଛାତ୍ରୀମାନେ ଦିଲ୍ଲୀର ଜନ୍ତରମନ୍ତରରେ ୩୬ ଦିନ ଧରି ଧାରଣା ଦେଇ ଆନ୍ଦୋଳନ ଜାରି ରଖିଥିଲେ । ତାହାର ପ୍ରଭାବ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ପଡିଛି । କକରୋଚ ଜନତା ପାର୍ଟି ଯେଉଁ ପ୍ରମୁଖ ଦାବି ଉପସ୍ଥାପନା କରିଥିଲେ, ସେଥିରୁ ପ୍ରମୁଖ ଦାବି ଥିଲା, ଯେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା । ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେବଳ ଦିଲ୍ଲୀ ନୁହେଁ, ଏହି ଆନ୍ଦୋଳନ ଚାରିଆଡେ ବ୍ୟାପିଥିଲା ।










