କଟକ: ହୁତହୁତ ହୋଇ ଜଳିଗଲା ଘର । ଜଳିପୋଡ଼ି ପାଉଁଶ ହୋଇଗଲା ୨ ବଖରା ଘର । କଟକ ଜିଲ୍ଲା ନିଆଳି ତହସିଲ ପହଙ୍ଗା ପଞ୍ଚାୟତର ବାଲିସାହି ଗାଁରେ ଅଘଟଣ । ଗାଁର କିଶୋର ତନ୍ଦ୍ର ଭୋଇଙ୍କ ଦୁଇ ବଖରା ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଚୁଲିରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ନିଆଳି ଦମକଳ ପହଞ୍ଚି ନିଆଁକୁ ଆୟତ କରିଛି ।










