29.4 C
Bhubaneswar
Friday, July 17, 2026
Homeଓଡିଶାବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା; ଡିଜିଟାଲ ପ୍ରମାଣ ମିଳିଛି: ଡିସିପି

ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲା; ଡିଜିଟାଲ ପ୍ରମାଣ ମିଳିଛି: ଡିସିପି

କଟକ: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ ମିଳିଛି, ଏସ୍‌ଏଫ୍‌ଏଲ ରିପୋର୍ଟ ବି ହସ୍ତଗତ ହୋଇଛି। କିଛି ବ୍ୟକ୍ତିଙ୍କୁ ଉକ୍ତ ଘଟଣାରେ ପଚରାଉଚରା କରାଯାଇଛି, ମୋବାଇଲରୁ ବି କିଛି ତଥ୍ୟ ମିଳିଛି। ତଥାପି ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ। ଏବେ ବି ତଦନ୍ତ ଚାଲୁ ରହିଛି ବୋଲି ଡିସିପି କହିଛନ୍ତି।

ସୂଚନାଯୋଗ୍ୟ, ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତଦେହ କିଛିଦିନ ତଳେ ଝୁଲନ୍ତା ଅବସ୍ଥାରେ ନିଜ ସରକାରୀ କ୍ୱାର୍ଟର୍ସରୁ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।ବିୟୁଟି ମହାନ୍ତି ପୂର୍ବରୁ କଟକର ମର୍କତନଗର ମହିଳା ଥାନା ସମେତ ବିଭିନ୍ନ ଥାନାରେ ଥାନାଧିକାରୀ ଭାବେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ଦିଗକୁ ନେଇ ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking