ପୁରୀ: ଦ୍ୱିତୀୟ ଦିନରେ ଆଗକୁ ବଢୁଛି ଘୋଷଯାତ୍ରା । ଭକ୍ତି ଭାବ ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମରେ ଆଜି ବଡଦାଣ୍ଡରେ ଗଡି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଆଗରେ ବଡଭାଇ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପଛରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ, ଆଉ ମଝିରେ ଦେବୀ ସୁଭଦ୍ରାଙ୍କ ଦିବ୍ୟ ରଥ – ଏହି ଅଲୌକିକ ଦୃଶ୍ୟରେ ଭାବବିହ୍ୱଳ ହୋଇ ଉଠିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଘଣ୍ଟ, ଘଣ୍ଟା , ଶଙ୍ଖଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡଦାଣ୍ଡ । ଚାରିଆଡେ କେବଳ ଜୟ ଜଗନ୍ନାଥ ଧ୍ୱନି । ଯେଉଁଆଡେ ଚାହିଁବେ ସେଠି କେବଳ ଭକ୍ତଙ୍କ ସମୁଦ୍ର ।










