ନୂଆଦିଲ୍ଲୀ: ବଲିଉଡ୍ କମେଡିଆନ୍ କପିଲ ଶର୍ମାଙ୍କ କାନାଡାସ୍ଥିତ କାଫେରେ ହୋଇଥିବା ଗୁଳିକାଣ୍ଡ ମାମଲାରେ ବିଦେଶରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି । ଫ୍ରାନ୍ସରେ ଗ୍ୟାଙ୍ଗ ସହ ଜଡ଼ିତ ଗରିନ୍ଦର ଦେବଙ୍କୁ ଗିରଫ କରାଯାଇଛି । ତାଙ୍କୁ ଆଇନଗତ ପ୍ରକ୍ରିୟା ପରେ କାନାଡାକୁ ପଠାଯି ବ। ଏହା ସହ କାନାଡାରେ ଜଶନଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଦେଶରୁ ଡିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅମେରିକାର ନ୍ୟାୟ ବିଭାଗ ଲରେନ୍ସ ବିଷ୍ଣୋଇ ଓ ଅନ୍ୟ ଜଣେ ଭାରତୀୟ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆରୋପପତ୍ର ଦାଖଲ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଆହୁରି ତ୍ୱରାନ୍ୱିତ ହୋଇଛି ।କାନାଡାର ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ୍ (RCMP) ଅନୁସାରେ, ୪୦ ବର୍ଷୀୟ ଗରିନ୍ଦର ଦେବଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି । ସେ ‘ଡକ୍ଟର’, ‘ରକେଟ୍’ ଓ ‘ରିଜ୍ କାର୍ଲଟନ୍’ ନାମରେ ମଧ୍ୟ ପରିଚିତ ଥିଲେ । ତାଙ୍କ ବିରୋଧରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆର୍ଥିକ ସହଯୋଗ କରିବା ଏବଂ କୋକେନ୍ ଓ ହେରୋଇନ୍ ଚୋରାଚାଲାଣରେ ସହଯୋଗ କରିବାର ଅଭିଯୋଗ ରହିଛି।










