27.2 C
Bhubaneswar
Sunday, July 5, 2026
Homeଓଡିଶାଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା

ଇସ୍କନକୁ ଚିଠି ଲେଖିଲେ ଗଜପତି ମହାରାଜା

ପୁରୀ: ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରାକୁ ପାରମ୍ପରିକ ତିଥି ବ୍ୟତୀତ ଭିନ୍ନ ସମୟରେ ପାଳନ କରାଯାଉଥିବା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସେ ଇସ୍କନର ଗଭର୍ଣ୍ଣିଂ ବଡି କମିଶନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଜଗନ୍ନାଥ ସଂସ୍କୃତି ଓ ପାରମ୍ପରିକ ତିଥି ଅନୁଯାୟୀ ପର୍ବପର୍ବାଣୀ ପାଳନ କରିବାକୁ ଅନୁରୋଧ କରିଛନ୍ତି।ଚିଠିରେ ଗଜପତି ମହାରାଜା ଉଲ୍ଲେଖ କରିଛନ୍ତି ଯେ, ଜଗନ୍ନାଥ ସଂସ୍କୃତି ଅନୁସାରେ ସ୍ନାନଯାତ୍ରା ଓ ରଥଯାତ୍ରା ଭଳି ପବିତ୍ର ପର୍ବଗୁଡ଼ିକ ସମଗ୍ର ବିଶ୍ୱରେ ଏକା ତିଥିରେ ପାଳନ ହେବା ଉଚିତ। ତିଥି ବ୍ୟତୀତ ଅନ୍ୟ କୌଣସି ସମୟରେ ଏହି ଯାତ୍ରା ପାଳନ କରିବା ଜଗନ୍ନାଥ ପରମ୍ପରା ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଗଜପତି ମହାରାଜା ଇସ୍କନ କର୍ତ୍ତୃପକ୍ଷଙ୍କୁ ଭବିଷ୍ୟତରେ ସ୍ନାନଯାତ୍ରା ଓ ରଥଯାତ୍ରାକୁ ପାରମ୍ପରିକ ତିଥି ଅନୁସାରେ ଏବଂ ସମଗ୍ର ବିଶ୍ୱରେ ଏକ ସମୟରେ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ଏକରୂପତା ଓ ପାରମ୍ପରିକତା ଅକ୍ଷୁଣ୍ଣ ରହିବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking