ନୂଆଦିଲ୍ଲୀ: ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ । ଯୁଦ୍ଧବିରତି ନିୟମକୁ ଏଡାଇ ମୁହାଁମୁହିଁ ହୋଇଛନ୍ତି ଆମେରିକା ଏବଂ ଇରାନ । ପରସ୍ପରର ଠିକଣାକୁ ଟାର୍ଗେଟ କରି ଚାଲିଛି ପ୍ରଳୟଙ୍କାରୀ ଆକ୍ରମଣ, ଯାହା ଏବେ ସମଗ୍ର ବିଶ୍ୱକୁ ପୁଣି ଏକ ବଡ ସଙ୍କଟ ଆଡକୁ ଠେଲି ଦେଇଛି । ଯୁଦ୍ଧବିରତି ନିୟମ ଭାଙ୍ଗି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ଏବେ ପୁଣିଥରେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । ଆମେରିକା ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ଏବେ ପୁଣିଥରେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଆମେରିକା ଇରାନର ୮ଟି ପ୍ରମୁଖ ସାମରିକ ଲକ୍ଷ୍ୟସ୍ଥଳ ଉପରେ ବଡ ଆକ୍ରମଣ କରିଛି । ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୮ ଜଣ ଆହତ ହୋଇଛନ୍ତି । ଏହାର ଜବାବରେ ଇରାନ ମଧ୍ୟ ଓଲଟା ଆକ୍ରମଣ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଇରାନ ସହ ଯୁଦ୍ଧ ଶାନ୍ତି ଚୁକ୍ତି ସ୍ୱାକ୍ଷରକୁ ବାତିଲ କରିଛନ୍ତି । ଇରାନ ଲୋକଙ୍କୁ ପାଗଳ କରିବା ସହ ଆଜି ରାତିରେ ପୁନର୍ବାର ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ସାମରିକ ତିକ୍ତତା ଯୋଗୁଁ ଏବେ ସାରା ବିଶ୍ୱର ଶକ୍ତି ଯୋଗାଣ ବ୍ୟବସ୍ଥା ଉପରେ ପୁଣିଥରେ ଗୁରୁତର ଭାବେ ପ୍ରଭାବ ପକାଇଛି । ହର୍ମୁଜ ପ୍ରମାଳୀରେ ଜାହାଜ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି । ଆମେରିକା ଓ ଇରାନ ପୁଣିଥରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯଦି ଶୀଘ୍ର ପ୍ରଶମିତ ନହୁଏ, ତେବେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ପୁଣି ଆକାଶଛୁଆଁ ହେବା ସହ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବ । ଯାହା ବିଶ୍ୱ ଅର୍ଥନୀତିକୁ ପୁଣିଥରେ ବିଗାଡିଦେବ ।










