31.7 C
Bhubaneswar
Wednesday, July 8, 2026
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଭାରତ-ଇଣ୍ଡୋନେସିଆ ମିଳିତ ବିବୃତ୍ତି

ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ଅବସରରେ ଭାରତ-ଇଣ୍ଡୋନେସିଆ ମିଳିତ ବିବୃତ୍ତି

ନୂଆଦିଲ୍ଲୀ : ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ପ୍ରବୋବୋ ସୁବିଆନ୍ତୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬-୮ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଭାରତର ୭୬ତମ ଗଣରାଜ୍ୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରପତି ପ୍ରବୋବୋଙ୍କ ୨୩-୨୬ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗୀତାରେ ଯଥେଷ୍ଟ ଆଗକୁ ନେବା ପାଇଁ ଦୁଇ ନେତାଙ୍କ ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

2. ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜାକର୍ତ୍ତାର ଇସ୍ତାନା ମେର୍ଡେକାରେ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଏହା ପରେ ରାଷ୍ଟ୍ରପତି ପ୍ରବୋବୋ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ସାମ୍ନାସାମ୍ନି ଏବଂ ପ୍ରତିନିଧିମଣ୍ଡଳ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ପ୍ରବୋବୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନରେଏକ ଆନୁଷ୍ଠାନିକ ଭୋଜି ମଧ୍ୟ ଆୟୋଜନ କରିଥିଲେଇଣ୍ଡୋନେସିଆ ସଂସଦରପ୍ରତିନିଧି ସଭା ବାଚସ୍ପତି ମହାମହିମ ଡକ୍ଟର ପୁଆନ ମହାରାଣୀଙ୍କ ନିମନ୍ତ୍ରଣ କ୍ରମେପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଏବଂ ରାଷ୍ଟ୍ରପତି ପ୍ରବୋବୋ ୟୋଗ୍ୟାକାର୍ତାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳପ୍ରମ୍ବନନ ମନ୍ଦିର ପରିସରରେ ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟର ଶୁଭାରମ୍ଭକରିଥିଲେ। ଅତିଥି ରାଷ୍ଟ୍ରନେତାଙ୍କ ସମ୍ମାନାର୍ଥେ ଇଣ୍ଡୋନେସିଆରେ ଭାରତୀୟ ସମାଜଦ୍ୱାରା ଆୟୋଜିତ ସ୍ୱାଗତ ସମାରେହରେ ମଧ୍ୟ ଦୁଇ ନେତା ଅଂଶଗ୍ରହଣ କରିଥିଲେ।

ରାଜନୈତିକ ସହଯୋଗ

3. ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପ୍ରବୋବୋ ୭ ଜୁଲାଇ ୨୦୨୬ରେ ଜାକର୍ତ୍ତାରଇସ୍ତାନା ମେର୍ଡେକା ଠାରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହିଆନୁଷ୍ଠାନିକ ଆଲୋଚନାରେ ରାଜନୈତିକ ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ,ସାମୁଦ୍ରିକ ସହଯୋଗ, ବାଣିଜ୍ୟ ଓ ନିବେଶ, ଡିଜିଟାଲ୍ ଅର୍ଥବ୍ୟବସ୍ଥା, ବିଜ୍ଞାନ ଓପ୍ରଯୁକ୍ତିବିଦ୍ୟା, ମହାକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଔଷଧ,ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ଯୁବ ବିନିମୟ ଏବଂ ନାଗରିକ ସମ୍ପର୍କ ସମେତ ଦ୍ୱିପାକ୍ଷିକସମ୍ପର୍କର ସମ୍ପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା। ଏହା ସହିତପାରସ୍ପରିକ ହିତ ସହ ଜଡ଼ିତ କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମଧ୍ୟଆଲୋଚନା ହୋଇଥିଲା। ସେମାନେ ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକସହଭାଗୀତାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଅନେକ ଦ୍ୱିପାକ୍ଷିକ ଦସ୍ତାବିଜରବିନିମୟ ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ।

4. ଦୁଇ ଦେଶର ରଣନୀତିକ ସମ୍ପର୍କର ତୀବ୍ରତା ବୃଦ୍ଧି କରିବାକୁ ଏବଂ ଉଚ୍ଚସ୍ତରୀୟଆଦାନପ୍ରଦାନର ଗୁରୁତ୍ୱକୁ ସ୍ୱୀକାର କରିବାକୁ ଇଚ୍ଛା ପ୍ରକାଶ କରି, ବହୁପାକ୍ଷିକକାର୍ଯ୍ୟକ୍ରମ ସମେତ ନିୟମିତ ଶିଖର ବୈଠକ ଆୟୋଜନ କରିବାକୁ ଉଭୟ ନେତାରାଜି ହୋଇଥିଲେ।

5. ଉଭୟ ନେତା ବର୍ତ୍ତମାନର ମିଳିତ କାର୍ଯ୍ୟଗୋଷ୍ଠୀ ବ୍ୟବସ୍ଥାକୁ ମଜବୁତ କରିବାକୁସହମତ ହୋଇଥିଲେ । ସେମାନେ ମିଳିତ କମିଶନ ବୈଠକ (ଜେସିଏମ),ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ (ଏଫଓସି) ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଓ ବରିଷ୍ଠଅଧିକାରୀଙ୍କ ଆଲୋଚନା ବ୍ୟବସ୍ଥା ଓ ବିନିମୟ ସମେତ ନିୟମିତ ଦ୍ୱିପାକ୍ଷିକପରାମର୍ଶ ଜାରି ରଖିବାର ଗୁରୁତ୍ୱକୁ ମଧ୍ୟ ଦୋହରାଇଥିଲେ ।

6. ଉଭୟ ନେତା ନିଜ ନିଜ ସଂସଦରେ ଭାରତ-ଇଣ୍ଡୋନେସିଆ ସଂସଦୀୟ ବନ୍ଧୁତାଗୋଷ୍ଠୀ ପ୍ରତିଷ୍ଠାକୁ ସ୍ୱାଗତ କରିଛନ୍ତି ଏବଂ ଦୁଇ ସଂସଦ ମଧ୍ୟରେ ପ୍ରତିନିଧିମଣ୍ଡଳରନିୟମିତ ଗସ୍ତ ମାଧ୍ୟମରେ ଦୁଇ ଗଣତନ୍ତ୍ର ମଧ୍ୟରେ ସଂସଦୀୟ ଆଦାନପ୍ରଦାନ ବୃଦ୍ଧିକରିବାର ଆବଶ୍ୟକତାକୁ ଦୃଢ଼ ଭାବେ ପ୍ରକାଶ କରିଛନ୍ତି ।

7. ଉଭୟ ନେତା ୨୩ ଏପ୍ରିଲ ୨୦୨୫ରେ ଜାକର୍ତ୍ତାରେ ଅନୁଷ୍ଠିତ ତୃତୀୟ ଭାରତ-ଇଣ୍ଡୋନେସିଆ ନୀତିଗତ ଯୋଜନା ଆଲୋଚନା, ୧୫-୧୬ ସେପ୍ଟେମ୍ବର ୨୦୨୫ରେଜାକର୍ତ୍ତାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-ଇଣ୍ଡୋନେସିଆ ଟ୍ରାକ୍ ୧.୫ ଆଲୋଚନା ଏବଂ୫-୬ ଅଗଷ୍ଟ ୨୦୨୫ରେ ଜାକର୍ତ୍ତାଠରେ ଅନୁଷ୍ଠିତ ଜାକର୍ତ୍ତା ଫ୍ୟୁଚର୍ସ ଫୋରମ ସମେତଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ଥିଙ୍କଟ୍ୟାଙ୍କ, ଶିକ୍ଷାନୁଷ୍ଠାନ ଓ ନୀତିବିଶେଷଜ୍ଞଙ୍କ ମଧ୍ୟରେ ବୃଦ୍ଧି ପାଇଥିବା ସମ୍ପର୍କକୁ ସ୍ୱାଗତ କରିଥିଲେ।

ପ୍ରତିରକ୍ଷା ଓ ସାମୁଦ୍ରିକ ସହଯୋଗ

8. ଭାରତ ଓ ଇଣ୍ଡୋନେସିଆ ସାମୁଦ୍ରିକ ପଡ଼ୋଶୀ ଏବଂ ଦୃଢ଼ ପ୍ରତିରକ୍ଷା ସହଯୋଗସହିତ ରଣନୀତିକ ଅଂଶୀଦାର ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ ।୨୦୧୮ରେ ‘‘ଭାରତ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ଉପରେ ଭାରତ-ଇଣ୍ଡୋନେସିଆର ସହଭାଗୀ ଦୃଷ୍ଟିକୋଣ’’ ଗ୍ରହଣକୁ ସ୍ମରଣ କରି ଉଭୟ ନେତାପ୍ରତିରକ୍ଷା ଓ ସାମୁଦ୍ରିକ ସହଭାଗୀତାକୁ ଆହୁରି ବୃଦ୍ଧି ତଥା ବିସ୍ତାର କରିବା ପାଇଁସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

9. ଉଭୟ ନେତା ୨୭ ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ଆଲୋଚନାକୁ ସ୍ୱାଗତ କରିଥିଲେ । ନିୟମିତ ପ୍ରତିରକ୍ଷା ଆଲୋଚନା,ମିଳିତ ଅଭ୍ୟାସ, କର୍ମଚାରୀସ୍ତରୀୟ ଆଲୋଚନା, ନୂତନ ପ୍ରତିରକ୍ଷା ପ୍ରଯୁକ୍ତିର ମିଳିତ
ଗବେଷଣା ଏବଂ ସହ-ଉତ୍ପାଦନ, ବନ୍ଦର କଲ୍, ଶାନ୍ତିରକ୍ଷା କାର୍ଯ୍ୟକଳାପ, ସୂଚନାଆଦାନପ୍ରଦାନ, ହାଇଡ୍ରୋଗ୍ରାଫି, କ୍ଷମତା ନିର୍ମାଣ,କ୍ୟାଡେଟ୍ ତାଲିମ ଓଆଦାନପ୍ରଦାନ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ସମେତ ପ୍ରତିରକ୍ଷା ସହଯୋଗକୁଆହୁରି ମଜବୁତ ଓ ବୃଦ୍ଧି କରିବା ପାଇଁ ସହମତ ହୋଇଥିଲେ । ସେମାନେ ବ୍ରହ୍ମୋସ୍କ୍ଷେପଣାସ୍ତ୍ର ପ୍ରଣାଳୀରେ ସହଯୋଗ ଏବଂ ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟବଦ୍ଧକରିପାରୁଥିବା କ୍ଷେପଣାସ୍ତ୍ର ସହଯୋଗ ଚୁକ୍ତିନାମା ମାଧ୍ୟମରେ ପ୍ରତିରକ୍ଷା ସହଯୋଗ ଆଗକୁ ବଢ଼ାଇବାକୁ ସ୍ୱାଗତ କରିଥିଲେ ।

10. ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ଏବଂ ଦୁଇ ଦେଶର ପ୍ରାଥମିକତା ଉପରେଆଧାରିତ ସାମୁଦ୍ରିକ ଡୋମେନ୍ ସଚେତନତା, ସାମୁଦ୍ରିକ ସଂଯୋଗୀକରଣ, ଉପକୂଳନିରୀକ୍ଷଣ, ମାନବୀୟ ଓ ବିପର୍ଯ୍ୟୟ ସହାୟତା, ପ୍ରଦୂଷଣ ନିୟନ୍ତ୍ରଣ, ସନ୍ଧାନ ଓଉଦ୍ଧାର କ୍ଷେତ୍ରରେ ନିରନ୍ତର ସାମୁଦ୍ରିକ ସହଯୋଗକୁ ସ୍ୱାଗତ କରିଥିଲେ । ଏହିସହଯୋଗ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଓ ସମୃଦ୍ଧି ଏବଂ ବ୍ୟାପକ ଭାରତ-ପ୍ରଶାନ୍ତମହାସାଗରୀୟ କ୍ଷେତ୍ରରେ ଅଧିକ ସ୍ଥିରତା ପ୍ରଦାନ କରିବାରେ ମଧ୍ୟ ସହାୟକହୋଇଥାଏ। ଉଭୟ ନେତା ସାମୁଦ୍ରିକ ସୁରକ୍ଷା ଓ ସୁରକ୍ଷା ସହଯୋଗ ଉପରେବୁଝାମଣାପତ୍ରର ନବୀକରଣ ଏବଂ ବକମଲାରି ଏବଂ ଭାରତୀୟ ତଟରକ୍ଷୀ ବାହିନୀମଧ୍ୟରେ କାର୍ଯ୍ୟକାରୀ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ହେବାକୁ ସ୍ୱାଗତ କରିଛନ୍ତି।

11. ଉଭୟ ନେତା ମିଳିତ ଅଭ୍ୟାସ ଓ ପ୍ରତିରକ୍ଷା ତାଲିମ କାର୍ଯ୍ୟକ୍ରମର
ରଣନୀତିକ ଓ କାର୍ଯ୍ୟକ୍ଷମ ଗୁରୁତ୍ୱ ଏବଂ ବିଦ୍ୟମାନ ନୌସେନା ସହଯୋଗକୁ ଆହୁରି
ମଜବୁତ କରିବା ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନେ ସମ୍ପୃକ୍ତ ଜାତୀୟ ଆଇନ
ଓ ନିୟମାବଳୀ, 1982 ୟୁଏନକ୍ଲଜ୍‌ ସମେତ ଅନ୍ତର୍ଜାତୀୟ ଆଇନର ନୀତି
ଅନୁଯାୟୀ ପାରସ୍ପରିକ ହିତ ସହ ଜଡ଼ିତ ସାମୁଦ୍ରିକ ପ୍ରସଙ୍ଗ ଉପରେ ଗଠନମୂଳକ
ଆଲୋଚନା ଜାରି ରଖିବାର ସମ୍ଭାବନା ଅନ୍ୱେଷଣ କରିବାର ଗୁରୁତ୍ୱ ଉଲ୍ଲେଖ
କରିଥିଲେ ।

12. ସୂଚନା ଫ୍ୟୁଜନ୍ କେନ୍ଦ୍ର-ଭାରତ ମହାସାଗର କ୍ଷେତ୍ର ଗୁରୁଗ୍ରାମରେଇଣ୍ଡୋନେସିଆରୁ ଜଣେ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାକୁଉଭୟ ନେତା ସ୍ୱାଗତ କରିଛନ୍ତି। ସାମୁଦ୍ରିକ ସୁରକ୍ଷାରେ ସହଯୋଗର ପାରସ୍ପରିକଲାଭଦାୟକ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆଲୋଚନା ଜାରି ରଖିବାକୁସେମାନେ ସହମତ ହୋଇଥିଲେ ।

13. ଉଭୟ ନେତା ପ୍ରତିରକ୍ଷା ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟାରେ ସହଯୋଗକୁ ପ୍ରାଥମିକତାକ୍ଷେତ୍ର ଭାବରେ ଚିହ୍ନଟ କରିଛନ୍ତି ଏବଂ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ପାରସ୍ପରିକଲାଭଦାୟକ ସହଯୋଗକୁ ବିସ୍ତାର କରିବାକୁ ସହମତ ହୋଇଛନ୍ତି । ଏହା ଦ୍ଵାରାଉପକରଣର ମିଳିତ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ବୈଷୟିକ ସହାୟତା ଓକ୍ଷମତା ନିର୍ମାଣ, ଜାହାଜ ନିର୍ମାଣରେ ସହଯୋଗ ସମେତ ପ୍ରତିରକ୍ଷା ଉପକରଣରଉତ୍ସ, ସମାନ ପ୍ରତିରକ୍ଷା ପ୍ଲାଟଫର୍ମ ପାଇଁ ଏମଆରଓ ସୁବିଧା ପ୍ରତିଷ୍ଠା, ପ୍ରତିରକ୍ଷାଗବେଷଣା ଓ ବିକାଶ ପ୍ରତିଷ୍ଠା ଅନୁସନ୍ଧାନ ଏବଂ ପ୍ରତିରକ୍ଷା ଯୋଗାଣ ଶୃଙ୍ଖଳାଇକୋସିଷ୍ଟମକୁ ସୁଦୃଢ଼ ​​କରିବାରେ ସହାୟତା ମିଳିପାରିବ । ଉଭୟ ନେତାସାମରିକ ଔଷଧ ଯୋଗାଣ ଉପରେ ଭାରତ ଏବଂ ଇଣ୍ଡୋନେସିଆର ସଶସ୍ତ୍ର ବାହିନୀଚିକିତ୍ସା ପ୍ରତିଷ୍ଠାନ ମଧ୍ୟରେ ଔଷଧୀୟ ସହଯୋଗରେ ପ୍ରଗତିକୁ ସ୍ୱାଗତ କରିଥିଲେ ।

ଆତଙ୍କବାଦ ମୁକାବିଲା ଓ ସୁରକ୍ଷା ସହଯୋଗ
14. ନେତାମାନେ ସମସ୍ତ ପ୍ରକାରର ଆତଙ୍କବାଦକୁ ସ୍ପଷ୍ଟ ଏବଂ ଦୃଢ଼ ଭାବରେ ନିନ୍ଦାକରିଥିଲେ। ସେମାନେ ବ୍ୟାପକ ଓ ସ୍ଥାୟୀ ଭାବରେ ଏବଂ ଅନ୍ତର୍ଜାତୀୟ ଆଇନଅନୁଯାୟୀ ଆତଙ୍କବାଦର ମୁକାବିଲା ପାଇଁ ନିର୍ଣ୍ଣାୟକ ଓ ସମନ୍ୱିତ ଅନ୍ତର୍ଜାତୀୟପ୍ରୟାସ ପାଇଁ ଆହ୍ୱାନ କରିଥିଲେ।ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ତରରେ ନିଷିଦ୍ଧଆତଙ୍କବାଦୀ ଏବଂ ୟୁଏନଏସସି ୧୨୬୭ ପ୍ରତିବନ୍ଧକ କମିଟିରେ ତାଲିକାଭୁକ୍ତଆତଙ୍କବାଦୀ ସଂଗଠନଗୁଡ଼ିକ ସମେତ ଆତଙ୍କବାଦକୁ ରୋକିବା ଓ ମୁକାବିଲାକରିବା ପାଇଁ ଆହ୍ୱାନ କରିଥିଲେ।

15. ନେତାମାନେ ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ରୋକିବା ଏବଂ ଅନ୍ତର୍ଜାତୀୟସ୍ତରରେ ସହମତ ବେଆଇନ ଅର୍ଥ କାରବାର ନିରୋଧୀ ବ୍ୟବସ୍ଥାକୁ କାର୍ଯ୍ୟକାରୀକରିବା ଲାଗି ସହମତ ହୋଇଥିଲେ । ଏଥିସହିତ ଆତଙ୍କବାଦର ପାଣ୍ଠି ଯୋଗାଣମାନଦଣ୍ଡକୁ ପ୍ରୋତ୍ସାହିତ କରିବା ଏବଂ ଆତଙ୍କବାଦ ଉଦ୍ଦେଶ୍ୟରେ ନୂତନ ଓଉଦୀୟମାନ ପ୍ରଯୁକ୍ତିର ଅପବ୍ୟବହାରକୁ ରୋକିବାକୁ ସହମତ ହୋଇଥିଲେ ।ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ୍ ନିଯୁକ୍ତି ଏବଂ ମୌଳବାଦର ପ୍ରସାରସମେତ ଆତଙ୍କବାଦର ପ୍ରସାର ସମସ୍ୟାକୁ ସମାଧାନ କରିବାକୁ ସହଯୋଗ ନିମନ୍ତେରାଜି ହୋଇଥିଲେ । ସେହିପରି ମୌଳବାଦର ମୁକାବିଲା କରିବା ଏବଂ ହିଂସାତ୍ମକଉଗ୍ରବାଦ କାର୍ଯ୍ୟକ୍ରମକୁ ରୋକିବାରେ ସହଯୋଗକୁ ମଜବୁତ କରିବା ପାଇଁ ସେମାନେ ସହମତି ପ୍ରକାଶ କରିଥିଲେ।

16. ନେତାମାନେ ଆତଙ୍କବାଦର ମୁକାବିଲା ପାଇଁ ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେମାନେ ଆତଙ୍କବାଦ ପାଣ୍ଠି ଚ୍ୟାନେଲଗୁଡ଼ିକୁବାଧା ଦେବା ଏବଂ ଜାତିସଂଘ ଏବଂ ଏଫଏଟିଏଫ ସମେତ ଦ୍ୱିପାକ୍ଷିକ ଓବହୁପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ସକ୍ରିୟ ପଦକ୍ଷେପ ଗ୍ରହଣ ଜାରିରଖିବା ପାଇଁ ଦୃଢ଼ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ।

17. ଉଭୟ ନେତା ଆତଙ୍କବାଦ ଓ ଅନ୍ତର୍ଜାତୀୟ ସଂଗଠିତ ଅପରାଧ ମଧ୍ୟରେସମ୍ପର୍କକୁ ସ୍ୱୀକାର କରିଥିଲେ । ସେମାନେ ସୂଚନା ଓ ସର୍ବୋତ୍ତମ ଅଭ୍ୟାସଆଦାନପ୍ରଦାନ ସମେତ ନିଜ ନିଜ ଘରୋଇ ଆଇନ ଏବଂ ଆନ୍ତର୍ଜାତୀୟ ଦାୟିତ୍ୱଅନୁଯାୟୀ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଥିଲେ। ନିକଟ ଭବିଷ୍ୟତରେଉଭୟ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ଆତଙ୍କବାଦ ନିରୋଧୀ ସହଯୋଗ
ବୁଝାମଣା ପତ୍ରର ପ୍ରାରମ୍ଭିକ ସମାପ୍ତିକୁ ମଧ୍ୟ ନେତାମାନେ ସ୍ୱାଗତ କରିଥିଲେ।

18. ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ବ୍ୟାପକ ଭାବରେ ଆଲୋଚନା କରିବା ପାଇଁଏକ ମଞ୍ଚ ଭାବରେ ତୃତୀୟ ଭାରତ-ଇଣ୍ଡୋନେସିଆ ସୁରକ୍ଷା ଆଲୋଚନାରଯୋଜନାବଦ୍ଧ ଆୟୋଜନକୁ ନେତାମାନେ ସ୍ୱାଗତ କରିଥିଲେ। ଆଲୋଚନାମାଧ୍ୟମରେ, ଦୁଇ ଦେଶ ଆତଙ୍କବାଦ ମୁକାବିଲା, ସଂଗଠିତ ଏବଂ ଅନ୍ତର୍ଜାତୀୟଅପରାଧ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ସାଇବର ସୁରକ୍ଷା, ଏବଂ ପ୍ରତିରକ୍ଷା ଶିଳ୍ପ,ସାମୁଦ୍ରିକ ଏବଂ ମହାକାଶ ସହଯୋଗରେ ଦ୍ୱିପାକ୍ଷିକ ସହଯୋଗକୁ ଉଲ୍ଲେଖନୀୟଭାବରେ ବୃଦ୍ଧି କରିବାକୁ ସଂକଳ୍ପ ନେଇଥିଲେ ।

19. ନୀତିଗତ ଆଲୋଚନା, କ୍ଷମତା ନିର୍ମାଣ, ସର୍ବୋତ୍ତମ ଅଭ୍ୟାସର ବାଣ୍ଟିବା ଏବଂଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଆର୍ଥିକ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍ ଅର୍ଥବ୍ୟବସ୍ଥା,କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ୍ ଫୋରେନସିକ୍ ଏବଂ କମ୍ପ୍ୟୁଟର ଜରୁରୀକାଳୀନପ୍ରତିକ୍ରିୟା ଦଳ (ସିଇଆରଟି) ସହଯୋଗ, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷାଏବଂ ଡିଜିଟାଲ୍ ଦକ୍ଷତା ଉପରେ କ୍ଷମତା ନିର୍ମାଣ ସମେତ ସାଇବର କ୍ଷେତ୍ରରେସମ୍ଭାବ୍ୟ ସହଯୋଗ ଉପରେ ଆହୁରି ଆଲୋଚନା କରିବାକୁ ମଧ୍ୟ ଉଭୟ ପକ୍ଷ ରାଜି ହୋଇଥିଲେ ।

ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ
20. ଆର୍ଥିକ ଓ ବାଣିଜ୍ୟ ସହଯୋଗ ଗତିଶୀଳ ଭାରତ-ଇଣ୍ଡୋନେସିଆ ସମ୍ପର୍କରଏକ ପ୍ରମୁଖ ସ୍ତମ୍ଭ ହୋଇ ରହିଛି ବୋଲି ନେତାମାନେ ଆଲୋକପାତ କରିଥିଲେ ।ଉଭୟ ନେତା ଭାରତର ‘ବିକଶିତ ଭାରତ ୨୦୪୭’ ଓ ‘ଇଣ୍ଡୋନେସିଆ ଏମ୍ସ୨୦୪୫’ ଦୃଷ୍ଟିକୋଣ ମଧ୍ୟରେ ବିସ୍ତୃତ ଆର୍ଥିକ ଓ ବିକାଶମୂଳକ ସମନ୍ୱୟ ଏବଂ ଅଧିକଆର୍ଥିକ ସୁଯୋଗକୁ ଉଜାଗର କରିବା ଲାଗି ଦୁଇ ଦେଶ ମଧ୍ୟରେ ବ୍ୟାପକ ଏବଂଗଭୀର ଆର୍ଥିକ ସମନ୍ୱୟର ଭୂମିକାକୁ ସ୍ୱୀକାର କରିଥିଲେ। ଏହି ଦିଗରେ,ନେତାମାନେ ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଏବଂ ସୁବିଧାଜନକ ବାଣିଜ୍ୟପରିବେଶ ପାଇଁ ଆସିଆନ୍‌ ଭାରତ ସାମଗ୍ରୀ ବାଣିଜ୍ୟ ଚୁକ୍ତିନାମା(ଏଆଇଟିଆଇଜିଏ) ସମୀକ୍ଷାର ସମୟୋଚିତ ସମାପ୍ତି ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହାପରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ପାଇଁ ଏକ ବ୍ୟାପକ ଗଭୀର ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ସ୍ଥାପନ କରାଯିବ।

21. ଉଭୟ ନେତା ବାଣିଜ୍ୟ ଏବଂ ନିବେଶ ଉପରେ କାର୍ଯ୍ୟ ଗୋଷ୍ଠୀର ଦ୍ୱିତୀୟବୈଠକ, ଚତୁର୍ଥ ଦ୍ୱିବାର୍ଷିକ ବାଣିଜ୍ୟ ମନ୍ତ୍ରୀ ମଞ୍ଚ ଏବଂ ମିଳିତ ଆର୍ଥିକ ଏବଂ ବିତ୍ତୀୟ ଆଲୋଚନାର ପ୍ରଥମ ବୈଠକ ସମେତ ବିଦ୍ୟମାନ ଦ୍ୱିପାକ୍ଷିକ ଆର୍ଥିକ ତନ୍ତ୍ରର ପୂର୍ଣ୍ଣ
ଉପଯୋଗ ଏବଂ ସୁଦୃଢ଼ ​​କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପକରିଥିଲେ। ସେମାନେ ସହମତ ହୋଇଥିଲେ ଯେ ଏହି ବ୍ୟବସ୍ଥାଗୁଡ଼ିକ ବକେୟାଶୁଳ୍କ ଓ ଅଣ-ଶୁଳ୍କ ସମସ୍ୟାଗୁଡ଼ିକର ସମାଧାନ କରିବା ଆବଶ୍ୟକ। ଏହା ସହିତବଜାର ପ୍ରବେଶକୁ ଉନ୍ନତ କରିବା, ବାଣିଜ୍ୟ ଏବଂ ନିବେଶକୁ ସହଜ କରିବା ଏବଂଆର୍ଥିକ, ଡିଜିଟାଲ୍ ଅର୍ଥନୀତି, ଶିଳ୍ପ ଓ ଯୋଗାଣ ଶୃଙ୍ଖଳରେ ସହଯୋଗକୁ ଆଗକୁବଢ଼ାଇବା ପାଇଁ ସୁଦୃଢ଼ ଏବଂ ବ୍ୟବସାୟ-ମୁଖୀ ଫଳାଫଳ ହାସଲ କରିବା ଦିଗରେକାର୍ଯ୍ୟ କରିବା ଉଚିତ । ସେହିପରି ପ୍ରତ୍ୟେକ ଦେଶର ଘରୋଇ ନିୟମ ଏବଂବିକାଶ ପ୍ରାଥମିକତାକୁ ସମ୍ମାନ ଦେବା ଆବଶ୍ୟକ ।

22. ଦୁଇ ନେତା ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ବିରଳ ମୃତ୍ତିକା କ୍ଷେତ୍ରରେ ସହଯୋଗକୁଆହୁରି ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ଦୁର୍ବଳତା ହ୍ରାସକରିବା ଏବଂ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ ​​କରିବା ଲାଗି ଘରୋଇ ଉତ୍ପାଦନ ଶିଳ୍ପରଅଭିବୃଦ୍ଧି ପାଇଁ ଆବଶ୍ୟକ ବିବିଧ ଓ ସ୍ଥିର ଯୋଗାଣ ଶୃଙ୍ଖଳ ନିର୍ମାଣ ଉପରେ ଧ୍ୟାନଦେଇଥାଏ। ନେତାମାନେ ବିରଳ ମୃତ୍ତିକା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା
ସହଯୋଗକୁ ପ୍ରଶଂସା କରିଥିଲେ । ଏହି ପରିପ୍ରେକ୍ଷୀରେ ଅଣ-ଲୌହ ସାମଗ୍ରୀପ୍ରଯୁକ୍ତିବିଦ୍ୟା ବିକାଶ କେନ୍ଦ୍ର (ଏନଏଫଟିଡିସି), ମିଡୱେଷ୍ଟ ଲିମିଟେଡ୍, ଏବଂ ପିଟି.ପେରୁଶାନ୍‌ ମିନେରାଲ୍‌ ନେସନାର (ପର୍ମିନାସ୍‌) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁସ୍ୱାଗତ କରିଥିଲେ।

23. ନେତାମାନେ ଇସ୍ପାତ ଯୋଗାଣ ଶୃଙ୍ଖଳର ଖଣିଜ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ସେମାନେ ଭାରତୀୟଇସ୍ପାତ ପ୍ରାଧିକରଣ ଲିମିଟେଡ୍ (ସେଲ) ଏବଂ ପିଟି ମଧ୍ୟରେ ରଣନୀତିକ ମିଳିତଉଦ୍ୟୋଗକୁ ମଧ୍ୟ ସ୍ୱାଗତ କରିଥିଲେ। ଇଣ୍ଡୋନେସିଆରେ ଷ୍ଟେନଲେସ୍-ଷ୍ଟିଲ୍ ସ୍ଲାବ୍ଉତ୍ପାଦନ ସୁବିଧା ପ୍ରତିଷ୍ଠା ପାଇଁ କ୍ରାକାଟାଉ ଷ୍ଟିଲ୍ ଅନୁସନ୍ଧାନ କରିବ।

24. ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଇଣ୍ଡୋନେସିଆ ମଧ୍ୟରେ ସ୍ଥାନୀୟମୁଦ୍ରା କାରବାର (ଏଲସିଟି) ଉପରେ ନିର୍ଦ୍ଦେଶାବଳୀକାର୍ଯ୍ୟକାରୀ କରିବା ଦିଗରେହୋଇଥିବା ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେଏହା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟ ଓ ନିବେଶକୁ ଆହୁରି ପ୍ରୋତ୍ସାହିତକରିବ ଏବଂ ଦୁଇ ଅର୍ଥନୀତି ମଧ୍ୟରେ ଆର୍ଥିକ ସମନ୍ୱୟକୁ ଗଭୀର କରିବ।

ସ୍ୱାସ୍ଥ୍ୟ, ଔଷଧ, ଖାଦ୍ୟ ଏବଂ ଶକ୍ତି ସୁରକ୍ଷା
25. ଉଭୟ ନେତା ଇଣ୍ଡୋନେସିଆରେ ଏକ ସମ୍ଭାବ୍ୟ ଲଜିଷ୍ଟିକ୍ ବିତରଣ ପ୍ଲାଟଫର୍ମଭାବରେ ରେଡ୍ ଆଣ୍ଡ୍ ହ୍ୱାଇଟ୍ କୋଅପରେଟିଭ୍ ନେଟୱାର୍କର ଗୁରୁତ୍ୱ ବିଷୟରେଉଲ୍ଲେଖ କରିଥିଲେ । ଏହା ଉଭୟ ଦେଶରୁ ଔଷଧ ଓ ଚିକିତ୍ସା ଉତ୍ପାଦଗୁଡ଼ିକୁସେମାନଙ୍କ ଘରୋଇ ଆଇନ ଓ ନିୟମାବଳୀ ଅନୁଯାୟୀ ଯୋଗାଇବା ପାଇଁପ୍ରତିବଦ୍ଧତାକୁ ଦୋହରାଇଥିଲା।

26. ଦୁଇ ନେତା ସ୍ୱାସ୍ଥ୍ୟ କ୍ଷେତ୍ର ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ସେମାନଙ୍କରପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । ପେସାଦାର ସ୍ୱାସ୍ଥ୍ୟ କର୍ମୀ ବିକାଶ ଉପରେକାର୍ଯ୍ୟକାରୀ ବ୍ୟବସ୍ଥା ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଏହି ବ୍ୟବସ୍ଥା ପେସାଦାରଙ୍କପାଇଁ ଫେଲୋସିପ୍ କାର୍ଯ୍ୟକ୍ରମ ଏବଂ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ସୁବିଧା, ସ୍ୱତନ୍ତ୍ରଚିକିତ୍ସା କ୍ଷେତ୍ରରେ ଘର ପାଖରେ କ୍ଲିନିକାଲ୍ ତାଲିମ, ସ୍ୱାସ୍ଥ୍ୟ ପେସାଦାର ଏବଂ
ବିଶେଷଜ୍ଞଙ୍କ ବିନିମୟ, ଔଷଧ ଏବଂ ସ୍ୱାସ୍ଥ୍ୟ ସେବାରେ ସର୍ବୋତ୍ତମ ଅଭ୍ୟାସରବାଣ୍ଟିବା ଏବଂ ଅନ୍ୟାନ୍ୟ ପାରସ୍ପରିକ ସହମତ ସହଯୋଗମୂଳକ କାର୍ଯ୍ୟକଳାପମାଧ୍ୟମରେ ସହଯୋଗକୁ ସୁଦୃଢ଼ ​​କରିବ । ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ କ୍ଷେତ୍ରରେନିୟାମକ ସହଯୋଗ ଉପରେ ବିପିଓଏମ ଏବଂ ଏଫଏସଏସଏଆଇ ମଧ୍ୟରେଏମଓୟୁ ଶୀଘ୍ର ସମାପ୍ତ କରିବାକୁ ସେମାନେ ଅନୁରୋଧ କରିଥିଲେ।

27. ପ୍ରତ୍ୟେକ ଦେଶର ଘରୋଇ ନୀତିକୁ ସମ୍ମାନ ଜଣାଇ ଖାଦ୍ୟ ସୁରକ୍ଷା ଏବଂପୋଷଣ କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବାକୁ ନେତାମାନେ ମଧ୍ୟ ରାଜିହୋଇଥିଲେ। ସେମାନେ ପାରସ୍ପରିକ ସହମତି ଅନୁଯାୟୀ, ଦୀର୍ଘସ୍ଥାୟୀ ଏବଂ ସ୍ଥିରଖାଦ୍ୟ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଖାଦ୍ୟ ଓ କୃଷି ବାଣିଜ୍ୟ, ମିଳିତ ଅଧ୍ୟୟନ,ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନ ସମେତ କୃଷି ତଥା ଖାଦ୍ୟ ସୁରକ୍ଷାରେସହଯୋଗ ବୃଦ୍ଧି ପାଇଁ ପ୍ରୟାସକୁ ସ୍ୱାଗତ କରିଥିଲେ । ନେତାମାନେ କୃଷି ଓଆନୁସଙ୍ଗିକ କ୍ଷେତ୍ର କ୍ଷେତ୍ରରେ ସହଯୋଗ ଉପରେ ବୁଝାମଣାପତ୍ରର ଶୀଘ୍ର ପରିସମାପ୍ତିଏବଂ ସାମୁଦ୍ରିକ ଓ ମତ୍ସ୍ୟପାଳନ ସହଯୋଗ କ୍ଷେତ୍ରରେ ବୁଝାମଣାପତ୍ରର ଶୀଘ୍ର ନବୀକରଣକୁ ଅପେକ୍ଷା କରିଥିଲେ।

28. ନେତାମାନେ ଔଷଧ ଓ ଚିକିତ୍ସା ଉତ୍ପାଦ କ୍ଷେତ୍ରରେ ଜାରି ରହିଥିବାସହଯୋଗକୁ ସ୍ୱାଗତ କରିଥିଲେ। ସେମାନେ ଚିକିତ୍ସା ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେସହଯୋଗ ଉପରେ ସିଡିଏସସିଓ ଏବଂ ବିପିଓଏମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରକୁ
ସ୍ୱାଗତ କରିଥିଲେ।

29. ନେତାମାନେ ସାର କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ ​​କରିବାକୁ ସହମତହୋଇଥିଲେ ଏବଂ ପରିବର୍ତ୍ତିତ ବିଶ୍ୱ ବଜାର ପରିସ୍ଥିତି ମଧ୍ୟରେ ସ୍ଥିର, ସୁଲଭ ଏବଂନିର୍ଭରଯୋଗ୍ୟ ସାର ଉପଲବ୍ଧତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପକରିଥିଲେ।

30. ଉଭୟ ପକ୍ଷ ପାରସ୍ପରିକ ସହମତି ଅନୁଯାୟୀ ପାରମ୍ପରିକ, ନୂତନ ଏବଂଅକ୍ଷୟ ଶକ୍ତି ସମେତ ଶକ୍ତି ସୁରକ୍ଷା କ୍ଷେତ୍ରରେ ସହଯୋଗ, ମିଳିତ ଅଧ୍ୟୟନ ଏବଂକ୍ଷମତା ନିର୍ମାଣକୁ ସୁଦୃଢ଼ ​​କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁଦୋହରାଇଥିଲେ । ଏଲଏନଜି, ସବୁଜ ହାଇଡ୍ରୋଜେନ, ଜୈବଶକ୍ତି, ସୌର ଶକ୍ତିଏବଂ ଶକ୍ତି ଦକ୍ଷତା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ବର୍ଦ୍ଧିତ ସହଯୋଗକୁ ସ୍ୱାଗତକରିଥିଲେ।

ଭିତ୍ତିଭୂମି ଏବଂ ଯୋଗାଯୋଗ
31. ଉଭୟ ନେତା ଦେଶ ମଧ୍ୟରେ ବର୍ଦ୍ଧିତ ସାମୁଦ୍ରିକ ଓ ବିମାନ ସଂଯୋଗୀକରଣଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକ ବିମାନ ସଂଯୋଗୀକରଣ ଏବଂ ବନ୍ଦର-ଠାରୁ-ବନ୍ଦର ସଂଯୋଗୀକରଣକୁ ପ୍ରୋତ୍ସାହନ ଲାଗି ସହମତି ବ୍ୟକ୍ତ କରିଥିଲେ।ଉଭୟ ନେତା ୨୦୨୬ର ଦ୍ୱିତୀୟାର୍ଦ୍ଧରେ ଆହୂତ ହେବାକୁ ଥିବା ଆଣ୍ଡାମାନ-ଆଚେସଂଯୋଗୀକରଣ ଉପରେ ତୃତୀୟ ମିଳିତ କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଏକକାର୍ଯ୍ୟ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ନେଇ ଆଗ୍ରହ ପ୍ରକାଶ କରିଥିଲେ ।
32. ସାବାଙ୍ଗ ବନ୍ଦରର ସମନ୍ୱିତ ବିକାଶରେ ସହଭାଗୀତା କରିବାରେ ଭାରତରଆଗ୍ରହକୁ ରାଷ୍ଟ୍ରପତି ପ୍ରବୋବୋ ସ୍ୱାଗତ କରିଥିଲେ। ଉଭୟ ନେତା ସ୍ୱୀକାରକରିଥିଲେ ଯେ ଏପରି ସହଭାଗୀତା – କ୍ରୁଜ୍ ଏବଂ ସାମୁଦ୍ରିକ-ପର୍ଯ୍ୟଟନ ସୁବିଧା,ସାମୁଦ୍ରିକ ଶିଳ୍ପ (ଜାହାଜ-ମରାମତି ଏବଂ ଜାହାଜ ନିର୍ମାଣ), ଏବଂ ଆଣ୍ଡାମାନସାଗରରେ ଉପକୂଳ ଶକ୍ତି କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଉପକୂଳ-ଭିତ୍ତିକସେବା – ଭାରତର ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ସୁମାତ୍ରା ଦ୍ୱୀପରାଜ୍ୟଗୁଡ଼ିକ ମଧ୍ୟରେ ସଂସ୍ଥାଗତ, ଭୌତିକ, ଡିଜିଟାଲ୍ ଏବଂ ନାଗରିକ ଏବଂସାମଗ୍ରୀର ପ୍ରବାହକୁ ପ୍ରୋତ୍ସାହିତ କରିବ। ଏହା ନିବେଶ, ନିଯୁକ୍ତି, ପ୍ରଯୁକ୍ତିବିଦ୍ୟାସ୍ଥାନାନ୍ତର ଏବଂ ଅଂଶୀଦାର ଆଞ୍ଚଳିକ ସମୃଦ୍ଧି ସୃଷ୍ଟି କରିବାରେ ଯୋଗଦାନ ଦେବ।

ଉଭୟ ନେତା ସେମାନଙ୍କର ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଇଣ୍ଡୋନେସିଆର ବିକାଶ ଯୋଜନାଏବଂ ପ୍ରଯୁଜ୍ୟ ନିୟମାବଳୀ ସହିତ ସୁସଙ୍ଗତ ଭାବରେ ପ୍ରକଳ୍ପର ପରିସର, ପଦ୍ଧତିଏବଂ ଆର୍ଥିକ ବ୍ୟବସ୍ଥା ସ୍ଥିର କରିବାକୁ ଉତ୍ସାହିତ କରିଥିଲେ, ଯାହା ସମୟସୀମାଏବଂ ପାରସ୍ପରିକ ଲାଭଦାୟକ ଉପାୟରେ କାର୍ଯ୍ୟ କରିବ।
33. ଡିଜିଟାଲ ନେଟୱାର୍କ ମାଧ୍ୟମରେ ଡିଜିଟାଲ ଅର୍ଥବ୍ୟବସ୍ଥାରେ ଇଣ୍ଡୋନେସିଆରଏମଏସଏମଇଗୁଡ଼ିକର ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଭାରତରେ ଓପନ୍ ନେଟୱାର୍କଫର ଡିଜିଟାଲ କମର୍ସ (ଓଏନଡିସି) ସ୍ଥାପତ୍ୟ ଉପରେ ଆଧାରିତ ଇଣ୍ଡୋନେସିଆଓପନ୍ ନେଟୱାର୍କ (ଆଇଓଏନ) ଆରମ୍ଭକୁ ଉଭୟ ନେତା ସ୍ୱାଗତ କରିଥିଲେ।

34. ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଇଣ୍ଡୋନେସିଆ ମଧ୍ୟରେ ସହମତହୋଇଥିବା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସୀମାପାର କ୍ୟୁଆର ପେମେଣ୍ଟଲିଙ୍କେଜ୍ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ
କରିଥିଲେ। ଏହି ପଦକ୍ଷେପ ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନେଣଦେଣକୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ସଂଯୋଗକାରବାର ଦକ୍ଷତା ବୃଦ୍ଧି କରିବ, ଆର୍ଥିକ ସ୍ଥିରତାକୁ ମଜବୁତ କରିବ ଏବଂସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ । ଏହା ବିଶେଷକରିଏମଏସଏମଇ, ପର୍ଯ୍ୟଟନ ଏବଂ ଛାତ୍ରଛାତ୍ରୀମାନଙ୍କୁ ସମର୍ଥନ କରିବ।

35. ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦୂରସଂଚାର ପ୍ରଯୁକ୍ତିବିଦ୍ୟା ଏବଂ ସେବାକ୍ଷେତ୍ରରେ ସହଯୋଗ ଉପରେ ବୁଝାମଣାପତ୍ରର ସମାପ୍ତିକୁ ଉଭୟ ନେତା ସ୍ୱାଗତକରିଥିଲେ। ଏହା ସମାବେଶୀ ଆର୍ଥିକ ଅଭିବୃଦ୍ଧି ଏବଂ ଡିଜିଟାଲ ପରିବର୍ତ୍ତନକୁସମର୍ଥନ କରିବା ପାଇଁ ଦୂରସଂଚାର ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲସଂଯୋଗୀକରଣରେ ସହଯୋଗକୁ ଆହୁରି ମଜବୁତ କରିବ।

ଜୈବ ବିବିଧତା ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ
36. ରାଷ୍ଟ୍ରପତି ପ୍ରବୋବୋ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତରଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଛନ୍ତି ଏବଂ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀମୋଦୀ ଇଣ୍ଡୋନେସିଆର ଘରୋଇ ପ୍ରକ୍ରିୟା ଅନୁଯାୟୀ ଏହି ପଦକ୍ଷେପରେଯୋଗଦେବାର ଇଚ୍ଛାକୁ ସ୍ୱାଗତ କରିଛନ୍ତି ଏବଂ ଇଣ୍ଡୋନେସିଆର ନିଜସ୍ୱ ପଦକ୍ଷେପ -ବିଶେଷକରି ବିଶ୍ୱ ହେନ୍ତାଳ କେନ୍ଦ୍ର ଏବଂ ଅନ୍ତର୍ଜାତୀୟ କ୍ରୋଟିକାଲ୍ ପିଟଲ୍ୟାଣ୍ଡକେନ୍ଦ୍ରକୁ ପ୍ରଶଂସା କରିଛନ୍ତି । ଏହା ଜୈବ ବିବିଧତା, ହେନ୍ତାଳ ଏବଂ ପିଟଲ୍ୟାଣ୍ଡସଂରକ୍ଷଣ ଉପରେ ବିଶ୍ୱ ସହଯୋଗକୁ ସୁଦୃଢ଼ ​​କରିବା ପାଇଁ ଏକ ସହଭାଗୀପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

37. ପ୍ରାକୃତିକ ଏବଂ ମାନବ-ପ୍ରବର୍ତ୍ତିତ ବିପର୍ଯ୍ୟୟ ପ୍ରତି ଦୁର୍ବଳତାକୁ ନେଇ ଚିନ୍ତାପ୍ରକଟ କରି ଉଭୟ ନେତା ବିପର୍ଯ୍ୟୟ ପରିଚାଳନାରେ ସହଯୋଗକୁ ସୁଦୃଢ଼​​କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୂଚନା, ଅଭିଜ୍ଞତା ଏବଂସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ମାଧ୍ୟମରେ ସହଯୋଗ ବୃଦ୍ଧି କରିବାକୁ ସେମାନେସହମତ ହୋଇଛନ୍ତି । ବିପର୍ଯ୍ୟୟ ପ୍ରତିକ୍ରିୟା, ପୁନରୁଦ୍ଧାର, ପ୍ରଶମନ ଏବଂ ପ୍ରସ୍ତୁତିରେକ୍ଷମତା ନିର୍ମାଣ ଏବଂ ତାଲିମ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଉଭୟ ପକ୍ଷ ରାଜିହୋଇଛନ୍ତି । ପ୍ରଭାବଶାଳୀ ବିପର୍ଯ୍ୟୟପ୍ରଶମନ ଏବଂ ବିପର୍ଯ୍ୟୟ-ପ୍ରତିରୋଧୀଭିତ୍ତିଭୂମି ପାଇଁ ତଥ୍ୟ ପ୍ରୟୋଗ କରିବା ପାଇଁ ଉଭୟ ଦେଶର ଜାତୀୟ ବିପର୍ଯ୍ୟୟପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ଦୁଇ ନେତା ସ୍ୱାଗତକରିଛନ୍ତି। ସେମାନେ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ସ୍ଥିରତା ଉପରେ ଅନ୍ତର୍ଜାତୀୟସହଯୋଗକୁ ପ୍ରୋତ୍ସାହିତ କରିବାରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟରଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ
38. ଉଭୟ ନେତା ୧୨ ଅଗଷ୍ଟ ୨୦୨୫ରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଉପରେପ୍ରଥମ ମିଳିତ କମିଶନ ବୈଠକ ଅନୁଷ୍ଠିତ ହେବା ଏବଂ ଭାରତ ଓ ଇଣ୍ଡୋନେସିଆମଧ୍ୟରେ ଗବେଷଣା, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ସହଯୋଗ ପାଇଁବୁଝାମଣା ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଛନ୍ତି।
39. ଉଭୟ ନେତା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂଇଣ୍ଡୋନେସିଆର ଜାତୀୟ ଗବେଷଣା ଏବଂ ନବସୃଜନ ସଂସ୍ଥା (ବ୍ରିନ) ମଧ୍ୟରେଚାଲିଥିବା ମହାକାଶ ସହଯୋଗ ଏବଂ ୨୪-୨୫ ଜୁନ ୨୦୨୬ରେ ଭାରତରବେଙ୍ଗାଲୁରୁରେ ଅନୁଷ୍ଠିତ ଷଷ୍ଠ ମିଳିତ କମିଶନ ବୈଠକକୁ ନେଇ ସନ୍ତୋଷ ପ୍ରକାଶକରିଛନ୍ତି। ସେମାନେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ
ବାହ୍ୟ ମହାକାଶର ଅନ୍ୱେଷଣ ଏବଂ ବ୍ୟବହାରରେ ସହଯୋଗ ପାଇଁ ଢାଞ୍ଚାଚୁକ୍ତିନାମାର ସମ୍ପ୍ରସାରଣ ସ୍ୱାକ୍ଷରକୁ ମଧ୍ୟ ସ୍ୱାଗତ କରିଛନ୍ତି।

40. ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଉପଗ୍ରହ ଏବଂ ପ୍ରକ୍ଷେପଣ ଯାନ କାର୍ଯ୍ୟକ୍ରମଏବଂ ଭାରତର ଗଗନଯାନ ମିଶନ ପାଇଁ ଇଣ୍ଡୋନେସିଆର ନିରନ୍ତର ସମର୍ଥନ ପାଇଁରାଷ୍ଟ୍ରପତି ପ୍ରବୋବୋଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଏହି ସହଯୋଗ ବ୍ରିନ ଓ ଇସ୍ରୋମଧ୍ୟରେ ସହଯୋଗ ବ୍ୟବସ୍ଥା ଏବଂ ବାୟାକ୍ ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ (ଟିଟିସ)ସୁବିଧା ମାଧ୍ୟମରେ ସହଜ କରାଯାଉଛି। ରାଷ୍ଟ୍ରପତି ପ୍ରବୋବୋ ଇଣ୍ଡୋନେସିଆଉପଗ୍ରହ ଉତକ୍ଷେପଣ ପାଇଁ ଭାରତର ସମର୍ଥନ, ଏସିଆ ଓ ପ୍ରଶାନ୍ତ ମହାସାଗରରେ
ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା କେନ୍ଦ୍ର ମାଧ୍ୟମରେ ଇଣ୍ଡୋନେସୀୟଅଧିକାରୀମାନଙ୍କୁ ତାଲିମ ଏବଂ ଆସିଆନ-ଭାରତ ମହାକାଶ ସହଯୋଗକୁ ପ୍ରଶଂସାକରିଛନ୍ତି। ସେ ଇଣ୍ଡୋନେସିଆରେ ମହାକାଶ ବନ୍ଦର ପ୍ରକଳ୍ପ ସମ୍ପର୍କରେ ଦୁଇ ଦେଶମଧ୍ୟରେ ମହାକାଶ ଇକୋସିଷ୍ଟମ ସହଯୋଗକୁ ମଧ୍ୟ ସ୍ୱାଗତ କରିଛନ୍ତି।
41. ଉଭୟ ନେତା ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ପରମାଣୁ ଶକ୍ତିରଶାନ୍ତିପୂର୍ଣ୍ଣ ବ୍ୟବହାରରେ ସହଯୋଗ ଉପରେ ଆଲୋଚନା ଉପରେ ମଧ୍ୟଆଲୋକପାତ କରିଥିଲେ। ଏହା ଗବେଷଣା, କ୍ଷମତା ନିର୍ମାଣ ଏବଂ ପରମାଣୁସୁରକ୍ଷାରେ ସହଯୋଗକୁ ମଜବୁତ କରିବ। ସେମାନେ ଶିଳ୍ପ, ପରମାଣୁ ଔଷଧ, କୃଷିଓ ଜଳ ପରିଚାଳନାରେ ପ୍ରାସଙ୍ଗିକ ନିୟାମକ ଏବଂ ବୈଷୟିକ ଉନ୍ନତି ଓ ପ୍ରୟୋଗସମେତ ବେସାମରିକ ପରମାଣୁ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁପ୍ରୟାସକୁ ସ୍ୱାଗତ କରିଥିଲେ।

ସଂସ୍କୃତି, ପର୍ଯ୍ୟଟନ ଏବଂ ନାଗରିକ ସମ୍ପର୍କ
42. ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ପ୍ରମ୍ବନନ ମନ୍ଦିର ପରିସରୟୋଗଗକାର୍ତାରେ ଏକ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ପୁନରୁଦ୍ଧାର ଏବଂ ସଂରକ୍ଷଣପାଇଁ ଭାରତ-ସମର୍ଥିତ ପ୍ରକଳ୍ପର ଶୁଭାରମ୍ଭକୁ ଉଭୟ ନେତା ସ୍ୱାଗତ କରିଛନ୍ତି।ଇଣ୍ଡୋନେସିଆ ଭାରତର ଜାତୀୟ ସଂଗ୍ରହାଳୟ ଦ୍ୱାରା ଉପସ୍ଥାପିତ ମୂଳ ନାଳନ୍ଦାତମ୍ବା ପ୍ଲେଟ୍ (ପ୍ରାୟ ୮୬୦ ଖ୍ରୀଷ୍ଟାବ୍ଦ) ର ଏକ ପ୍ରତିକୃତିଦେବନାଗରୀ ଲିପି ଏବଂସଂସ୍କୃତ ଭାଷାରେ ଖୋଦିତ ଉପହାରକୁ ମଧ୍ୟ ପ୍ରଶଂସା କରିଛି । ଏହା ବର୍ତ୍ତମାନମୁଆରା ଜାମ୍ବିର ନୂତନ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଛି। ଉଭୟ ନେତା ଅଗଷ୍ଟ୨୦୨୩ରେ ବାରାଣସୀରେ ଅନୁଷ୍ଠିତ ଜି-୨୦ ସଂସ୍କୃତିମନ୍ତ୍ରୀଙ୍କ ବୈଠକରେ ଗୃହୀତ‘‘କାଶୀ ସାଂସ୍କୃତିକ ପଥ’’ରେ ନିହିତ ନୀତିଗୁଡ଼ିକୁ ମନେ ପକାଇଥିଲେ । ସେମାନଙ୍କନିଜ ନିଜ ଆଇନ ଏବଂ ପ୍ରକ୍ରିୟା ଅନୁଯାୟୀ ଏବଂ ବନ୍ଧୁତା ଓ ପାରସ୍ପରିକ ସମ୍ମାନରଭାବନାକୁ ନେଇ ଦୁଇ ସରକାରଙ୍କ ମଧ୍ୟରେ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ନିରନ୍ତରବିଚାରବିମର୍ଶ ଉପରେ ଗୁରୁତ୍ୱାରୋପ କରିଥିଲେ।
43. ଉଭୟ ନେତା ରବୀନ୍ଦ୍ରନାଥ ଟାଗୋର ଏବଂ କି ହଜାର ଦେୱନ୍ତରାଙ୍କଚିରସ୍ଥାୟୀ ବୌଦ୍ଧିକ ଐତିହ୍ୟ ଏବଂ ସମାନ ଶିକ୍ଷାଗତ ଦୃଷ୍ଟିକୋଣକୁ ସ୍ୱୀକାରକରିଥିଲେ ଯେଉଁମାନେ ଇଣ୍ଡୋନେସିଆରେ ଶିକ୍ଷା ଏବଂ ସ୍ୱାଧୀନତା ସଂଗ୍ରାମରେଅମୂଲ୍ୟ ଅବଦାନ ଦେଇଥିଲେ। ସେମାନଙ୍କର ସମ୍ପର୍କ ଭାରତ ଏବଂ ଇଣ୍ଡୋନେସିଆମଧ୍ୟରେ ସମାନ ସାଂସ୍କୃତିକ ଏବଂ ଶିକ୍ଷାଗତ ସମ୍ପର୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ଉଭୟ ନେତା ୨୦୨୬-୨୦୨୭କୁ ‘‘ଭାରତ-ଇଣ୍ଡୋନେସିଆ ସାଂସ୍କୃତିକ ଏବଂ ଶିକ୍ଷାଗତ କୂଟନୀତିର ଟାଗୋର-ଦେୱନ୍ତରା ବର୍ଷ’’ଭାବରେ ପାଳନ କରିବାକୁ ରାଜି ହୋଇଥିଲେ। ଏହି ପାଳନ ଉଭୟ ଦେଶରେ
ମିଳିତ ସାଂସ୍କୃତିକ, ଶିକ୍ଷାଗତ, ଶୈକ୍ଷିକ ଏବଂ ନାଗରିକ କାର୍ଯ୍ୟକ୍ରମର ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ରବୀନ୍ଦ୍ରନାଥ ଟାଗୋରଙ୍କ ୧୯୨୭ଗସ୍ତର ଶତବାର୍ଷିକୀ ପାଳନ କରିବ।
44. ପର୍ଯ୍ୟଟନକୁ ଲୋକ ସମ୍ପର୍କର ଏକ ବାହକ ଭାବରେ ଆଲୋକପାତ କରି,ଉଭୟ ନେତା ପର୍ଯ୍ୟଟନ ସହଯୋଗ ବୃଦ୍ଧି ଏବଂ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟକଙ୍କପ୍ରବାହ ବୃଦ୍ଧି ପାଇଁ ସମାନ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସେମାନେ ଉଭୟ ପକ୍ଷପାଇଁ ଯାତ୍ରା ସୁବିଧା ଏବଂ ଭିସା ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ପଦକ୍ଷେପବିଷୟରେ ଅଧିକ ଆଲୋଚନା କରିବାକୁ ରାଜି ହୋଇଥିଲେ।
45. ଶିକ୍ଷା କ୍ଷେତ୍ରରେ ଚାଲିଥିବା ସହଯୋଗ ଉପରେ ଧ୍ୟାନ ଦେଇ, ଉଭୟ ନେତାଛାତ୍ର ବିନିମୟ ସମେତ ଅଧିକ ଶୈକ୍ଷିକ ଏବଂ ସଂସ୍ଥାଗତ ସହଯୋଗ ପାଇଁ ପ୍ରୟାସକୁଉତ୍ସାହିତ କରିଥିଲେ। ସେମାନେ ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ
ସହଯୋଗ ପାଇଁ ଏକ ବୁଝାମଣାପତ୍ରକୁ ଯଥାଶୀଘ୍ର ଚୂଡ଼ାନ୍ତ କରିବାକୁ ମଧ୍ୟ ଉତ୍ସାହିତକରିଥିଲେ।
46. ଉଭୟ ନେତା ଉଚ୍ଚଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକସହଯୋଗ ବୃଦ୍ଧି କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ।ସେମାନେ ଶୈକ୍ଷିକ ଗତିଶୀଳତା, ମିଳିତ ଗବେଷଣା, ଜ୍ଞାନ ଆଦାନପ୍ରଦାନ, କ୍ଷମତାନିର୍ମାଣ, ପ୍ରତିଷ୍ଠାଗତ ସହଯୋଗ ଏବଂ ମାନବ ସମ୍ବଳ ବିକାଶକୁ ସମର୍ଥନ କରୁଥିବାପଦକ୍ଷେପ ମାଧ୍ୟମରେ ପାରସ୍ପରିକ ଲାଭଦାୟକ ସହଭାଗୀତାର ବିସ୍ତାରକୁ ଉତ୍ସାହିତକରିଥିଲେ। ସେମାନେ ଆଶା ପ୍ରକାଶ କରିଥିଲେ ଯେ ଉଚ୍ଚଶିକ୍ଷା, ବିଜ୍ଞାନ ଏବଂପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର ଶୀଘ୍ର ସମାପ୍ତ ହେବ।ରାଷ୍ଟ୍ରପତି ପ୍ରବୋବୋ ଇଣ୍ଡୋନେସିଆରେ ପ୍ରତିଷ୍ଠିତ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରଶାଖା କ୍ୟାମ୍ପସ ପ୍ରତିଷ୍ଠା କରିବାରେ ବଢ଼ୁଥିବା ଆଗ୍ରହକୁ ସ୍ୱାଗତ କରିଥିଲେ। ଉଭୟନେତା ବାଙ୍ଗାଲୋରର ଭାରତୀୟ ପରିଚାଳନା ସଂସ୍ଥାନ ଦ୍ୱାରା ଇଣ୍ଡୋନେସିଆରେଏକ କ୍ୟାମ୍ପସ ସ୍ଥାପନ ପାଇଁ ପ୍ରସ୍ତାବକୁ ସ୍ୱାଗତ କରିଥିଲେ।
47. ଉଭୟ ନେତା ମାନବ ସମ୍ବଳ ବିକାଶ, ଉନ୍ନତ ପରିଚାଳନା ଏବଂ ନିର୍ବାଚନପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗ ଏବଂଇଣ୍ଡୋନେସିଆର ସାଧାରଣ ନିର୍ବାଚନ କମିଶନ (କେପିୟୁ) ମଧ୍ୟରେ ସହଯୋଗଉଲ୍ଲେଖ କରିଥିଲେ। ନିର୍ବାଚନ ପରିଚାଳନା ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେସହଯୋଗ ପାଇଁ ଭାରତୀୟ ନିର୍ବାଚନ କମିଶନ ଏବଂ କେପିୟୁ ମଧ୍ୟରେ ଏକ
ବୁଝାମଣାପତ୍ର ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ ।

48. ଉଭୟ ନେତା ଭାରତର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟଏବଂ ପରିସଂଖ୍ୟାନ ଇଣ୍ଡୋନେସିଆ (ବିପିଏସ) ମଧ୍ୟରେ ସରକାରୀ ପରିସଂଖ୍ୟାନ,କ୍ଷମତା ନିର୍ମାଣ ଏବଂ ରଣନୀତିକ ସହଯୋଗ କ୍ଷେତ୍ରରେ ପ୍ରସ୍ତାବିତ ସହଯୋଗକୁସ୍ୱାଗତ କରିଥିଲେ ।

ଆଞ୍ଚଳିକ ଏବଂ ବହୁପାକ୍ଷିକ ସହଯୋଗ
49. ପ୍ରଚଳିତ ଭୂରାଜନୈତିକ ପରିସ୍ଥିତି, ଆର୍ଥିକ ଓ ଯୋଗାଣ ଶୃଙ୍ଖଳରେ ବାଧାଏବଂ ପାରସ୍ପରିକ ଚିନ୍ତାର ବିଶ୍ୱ ପ୍ରସଙ୍ଗକୁ ବିଚାରକୁ ନେଇ, ଉଭୟ ନେତାବହୁପାକ୍ଷିକ ଓ ଆଞ୍ଚଳିକ ଫୋରମରେ ଭାରତ-ଇଣ୍ଡୋନେସିଆ ମଧ୍ୟରେ ଘନିଷ୍ଠରଣନୀତିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଦ୍ୱାରା ଅନ୍ତର୍ଜାତୀୟଆଇନ ଉପରେ ଆଧାରିତ ଏବଂ ଏହି କ୍ଷେତ୍ର ଓ ଏହାର ବାହାରେ ଶାନ୍ତି, ସ୍ଥିରତା,ସହଯୋଗ ଏବଂ ସମୃଦ୍ଧି ଉପରେ ଆଧାରିତ ଏକ ଅଧିକ ସନ୍ତୁଳିତ ତଥାପ୍ରତିନିଧିତ୍ୱପୂର୍ଣ୍ଣ ବିଶ୍ୱ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇପାରିବ। ସାର୍ବଭୌମତ୍ୱ ଓ କ୍ଷେତ୍ରୀୟଅଖଣ୍ଡତା ପ୍ରତି ଆପୋସ ସମ୍ମାନକୁ ଦୋହରାଇ ଉଭୟ ପକ୍ଷ ସାଂସ୍କୃତିକ ଏବଂଧାର୍ମିକ ବିବିଧତା, ବହୁଳତାବାଦ ଏବଂ ଆଇନର ଶାସନକୁ ଏହି କ୍ଷେତ୍ର ଏବଂ ଏହାରବାହାରେ ଶାନ୍ତି, ସ୍ଥିରତା ଓ ପାରସ୍ପରିକ ଲାଭଦାୟକ ସହଯୋଗର ଭିତ୍ତିଭୂମିଭାବରେ ବଜାୟ ରଖିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଉଭୟ

ନେତା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବର୍ଦ୍ଧିତ ସହଯୋଗୀ ଭୂମିକାକୁ ସ୍ୱୀକାର କରିଥିଲେଏବଂ ଗ୍ଲୋବାଲ ସାଉଥ ସ୍ୱରକୁ ମଜବୁତ କରିବା ପାଇଁ ସହଯୋଗ ବୃଦ୍ଧି କରିବାକୁରାଜି ହୋଇଥିଲେ।
50. ଉଭୟ ନେତା ଅନ୍ତର୍ଜାତୀୟ ପ୍ରତିଷ୍ଠାନଗୁଡ଼ିକରେ ଅର୍ଥପୂର୍ଣ୍ଣ ସଂସ୍କାର ପାଇଁଏକାଠି କାମ କରିବାକୁ ରାଜି ହୋଇଥିଲେ ଯାହାଦ୍ୱାରା ସେମାନେ ସମସାମୟିକଭୂରାଜନୈତିକ ବାସ୍ତବତାକୁ ପ୍ରତିଫଳିତ କରିପାରିବେ। ଗ୍ଲୋବାଲ ସାଉଥ ବାବିକାଶଶୀଳ ଦେଶର ଆକାଂକ୍ଷା ପ୍ରତି ସମ୍ବେଦନଶୀଳ ରହିବେ। ଉଭୟ ପକ୍ଷ ସ୍ଥାୟୀଏବଂ ଅସ୍ଥାୟୀ ସଦସ୍ୟତା ବର୍ଗକୁ ଅନ୍ତର୍ଭୁକ୍ତ କରି ଜାତିସଂଘ ସୁରକ୍ଷା ପରିଷଦରବ୍ୟାପକ ସଂସ୍କାର ଏବଂ ବିସ୍ତାରର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ସେମାନେ କହିଥିଲେ ଯେ ଏପରି ସଂସ୍କାର ସମାବେଶୀ, ସଦସ୍ୟ-ଚାଳିତଆନ୍ତଃସରକାରୀ ଆଲୋଚନା ମାଧ୍ୟମରେ ହାସଲ କରାଯିବା ଉଚିତ, ଯେଉଁଥିରେପାଠ୍ୟ-ଆଧାରିତ ଆଲୋଚନା ଅନ୍ତର୍ଭୁକ୍ତ। ବହୁପାକ୍ଷିକ ମଞ୍ଚରେ ପାରସ୍ପରିକସହଯୋଗର ଏକ ଦୃଢ଼ ମନୋଭାବ ପ୍ରଦର୍ଶନ କରି, ନେତାମାନେ ବିଭିନ୍ନଅନ୍ତର୍ଜାତୀୟ ପ୍ରାର୍ଥୀଙ୍କ ପାଇଁ ପାରସ୍ପରିକ ସମର୍ଥନ ବିଷୟରେ ଆଲୋଚନା
କରିଥିଲେ।
51. ଉଭୟ ନେତା ବିଶ୍ୱ ଆର୍ଥିକ ସ୍ଥାପତ୍ୟରେ ସଂସ୍କାରର ଆବଶ୍ୟକତା ଉପରେଗୁରୁତ୍ୱାରୋପ କରିଥିଲେ । ସେମାନେ ଅଣ-ବଜାର ଅଭ୍ୟାସ, ଯୋଗାଣ ଶୃଙ୍ଖଳରଏକାଗ୍ରତା ଏବଂ ଅନିଶ୍ଚିତ ବଜାର ପ୍ରବେଶ ଭଳି ଆହ୍ୱାନର ମୁକାବିଲା ପାଇଁ ଏକନିୟମ-ଆଧାରିତ, ନିରପେକ୍ଷ, ଖୋଲା ଏବଂ ସମାବେଶୀ ଅନ୍ତର୍ଜାତୀୟ ବାଣିଜ୍ୟବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
52. ଇଣ୍ଡୋନେସିଆ ୨୦୨୬ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ପୂର୍ଣ୍ଣ ସମର୍ଥନପ୍ରକାଶ କରିଥିଲା। ଭାରତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାବରେ ଇଣ୍ଡୋନେସିଆର ଭୂମିକାକୁସମର୍ଥନ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲା। ସହଭାଗୀ ବିଶ୍ୱ ଶାସନ ଏବଂସ୍ଥାୟୀ ବିକାଶ ପ୍ରତି ଗଠନମୂଳକ ଯୋଗଦାନ ଦେବା ପାଇଁ ବ୍ରିକ୍ସ, ଜି-୨୦ ଏବଂଭାରତ ମହାସାଗର ରିମ୍ ଆସୋସିଏସନ୍ ସମେତ ପ୍ରମୁଖ ମଞ୍ଚ ମାଧ୍ୟମରେ ସମ୍ପର୍କବୃଦ୍ଧି କରିବାକୁ ଉଭୟ ନେତା ସହମତ ହୋଇଥିଲେ।
53. ୨୦୧୮ରେ ଘୋଷିତ ଭାରତ-ପ୍ରଶାନ୍ତ ମହାସାଗରରେ ଭାରତ-ଇଣ୍ଡୋନେସିଆସାମୁଦ୍ରିକ ସହଯୋଗର ସହଭାଗୀ ଦୃଷ୍ଟିକୋଣକୁ ସ୍ମରଣ କରି ଉଭୟ ନେତା ଏକମୁକ୍ତ, ଖୋଲା, ସ୍ୱଚ୍ଛ, ନିୟମ-ଭିତ୍ତିକ, ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ସମାବେଶୀ ଭାରତ-
ପ୍ରଶାନ୍ତ ମହାସାଗର କ୍ଷେତ୍ର ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତକରିଥିଲେ।
54. ସେମାନେ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ, ୧୯୮୨ମସିହାର ଜାତିସଂଘ ସମୁଦ୍ର ଆଇନ ସମ୍ମେଳନ (ୟୁଏନକ୍ଲଜ) ସମେତ ଅନ୍ତର୍ଜାତୀୟଚୁକ୍ତିନାମା ପାଳନ ଏବଂ ନୌଚାଳନା ଓ ଉଡ଼ାଣର ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ
କରିଥିଲେ। ସେମାନେ ବିପଦ କିମ୍ବା ଶକ୍ତି ପ୍ରୟୋଗକୁ ଏଡାଇ ଆଲୋଚନା ଏବଂସହଯୋଗକୁ ପ୍ରୋତ୍ସାହିତ କରିବାକୁ ସହମତ ହୋଇଥିଲେ।
55. ଆଞ୍ଚଳିକ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ବିକଶିତ ଆଞ୍ଚଳିକ ସ୍ଥାପତ୍ୟମଧ୍ୟରେ ଆସିଆନ୍‌ ଏକତା ଏବଂ ଆସିଆନର କେନ୍ଦ୍ରୀୟ ଭୂମିକା ପାଇଁ ଭାରତରନିରନ୍ତର ସମର୍ଥନକୁ ରାଷ୍ଟ୍ରପତି ପ୍ରବୋବୋ ପ୍ରଶଂସା କରିଥିଲେ। ଉଭୟ ପକ୍ଷଆସିଆନ-ଭାରତ ବ୍ୟାପକ ରଣନୀତିକ ସହଭାଗୀତାକୁ ଆହୁରି ସୁଦୃଢ଼ ​​କରିବାକୁସମର୍ଥନ କରିଥିଲେ, ଯାହା ସମ୍ପୃକ୍ତ ସଦସ୍ୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁପରିପୂରକ କରିଥାଏ। ଉଭୟ ନେତା ଏହି କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧିପାଇଁ 'ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ ଆଉଟଲୁକ୍' ଏବଂ ଭାରତର'ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ' ମଧ୍ୟରେ ସମନ୍ୱୟକୁ ଆହୁରି ଘନିଷ୍ଠ
କରିବାର ପ୍ରୟାସକୁ ପ୍ରୋତ୍ସାହିତ କରିଥିଲେ।
56. ଦୁଇ ନେତା ଭାରତ-ଇଣ୍ଡୋନେସିଆ-ଅଷ୍ଟ୍ରେଲିଆ ତ୍ରିପାକ୍ଷିକ ବ୍ୟବସ୍ଥା ମଧ୍ୟରେପ୍ରଭାବଶାଳୀ ସହଯୋଗ ଏବଂ ସାମୁଦ୍ରିକ କ୍ଷେତ୍ରରେ ସଚେତନତା, ସାମୁଦ୍ରିକ ପ୍ରଦୂଷଣଓ ନୀଳ ଅର୍ଥବ୍ୟବସ୍ଥା ଭଳି କ୍ଷେତ୍ରରେ ସହଯୋଗ ପାଇଁ ସୁଯୋଗ ଅନୁସନ୍ଧାନକୁସ୍ୱାଗତ କରିଥିଲେ । ସେମାନେ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ), ଭାରତ-ପ୍ରଶାନ୍ତ ମହାସାଗର ପଦକ୍ଷେପ (ଆଇପିଓଆଇ), ଏବଂ ଭାରତ ମହାସାଗର ରିମ୍ଆସୋସିଏସନ୍ (ଆଇଓଆରଏ) ର ଢାଞ୍ଚା ଅଧୀନରେ ସହଯୋଗ ବୃଦ୍ଧି କରିଛନ୍ତି।
57. ପଶ୍ଚିମ ଏସିଆ/ମଧ୍ୟପ୍ରାଚ୍ୟର ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରତିଫଳନସମ୍ପର୍କରେ ଦୁଇ ନେତା ଗଭୀର ଚିନ୍ତା ପ୍ରକଟ କରିଛନ୍ତି।ସେମାନେ ୧୭ ଜୁନ୍,୨୦୨୬ରେ ସ୍ୱାକ୍ଷରିତ ଶାନ୍ତି ବୁଝାମଣାପତ୍ରକୁ ସ୍ୱାଗତ କରିଛନ୍ତି। ଉତ୍ତେଜନା ହ୍ରାସରଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ସେମାନେ ପୁନର୍ବାର କହିଛନ୍ତି ଯେ ସମସ୍ତପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉଚିତ।

ସେମାନେ ନୌବହନ ସ୍ୱାଧୀନତା ଏବଂ ବିଶ୍ୱ ବାଣିଜ୍ୟ ପ୍ରବାହକୁ ସମ୍ମାନ ଦେବାସହିତ ହରମୁଜ୍ ପ୍ରଣାଳୀ ଦେଇ ପରିବହନ ମାର୍ଗରକାର୍ଯ୍ୟକାରିତା ଉପରେ ମଧ୍ୟଏକ ସମାନ ମତ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି କାର୍ଯ୍ୟଗୁଡ଼ିକସମୁଦ୍ର ଆଇନ ଉପରେ ଜାତିସଂଘ ସମ୍ମିଳନୀର ବ୍ୟବସ୍ଥା ସମେତ ଅନ୍ତର୍ଜାତୀୟଆଇନ ଅନୁଯାୟୀ ହେବା ଉଚିତ।
58. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗସ୍ତ ସମୟରେ ରାଷ୍ଟ୍ରପତି ପ୍ରବୋବୋସୁବିଆନ୍ତୋଙ୍କୁ ସ୍ୱାଗତ କରିଥିଲେ ଏବଂ ସର୍ବୋତ୍ତମ ଆତିଥ୍ୟ ପ୍ରଦାନ ପାଇଁ ହୃଦୟରସହିତ କୃତଜ୍ଞତା ପ୍ରକାଶ କରିଥିଲେ। ଇଣ୍ଡୋନେସିଆର ବନ୍ଧୁତ୍ୱପୂର୍ଣ୍ଣ ଲୋକଙ୍କ ସମୃଦ୍ଧିଏବଂ ପ୍ରଗତି କାମନା କରି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପ୍ରବୋବୋ ସୁବିଆନ୍ତୋଙ୍କୁପାରସ୍ପରିକ ସୁବିଧାଜନକ ସମୟରେ ଭାରତ ଗସ୍ତ କରିବାକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ
ନିମନ୍ତ୍ରଣ ଜଣାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking