28.3 C
Bhubaneswar
Monday, July 6, 2026
Homeଓଡିଶାପ୍ରବଳ ବର୍ଷା : ୬ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ପ୍ରବଳ ବର୍ଷା : ୬ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଚାରିଆଡେ ଜଳମୟ । ଏହାରି ଭିତରେ ପାଣିପାଗ ବିଭାଗ ମଧ୍ୟ ଅପଡେଟ ଜାରି କରୁଛନ୍ତି । ସତର୍କ ସୂଚନାକୁ ଅନୁଧ୍ୟାନ କରି ୬ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରାଯାଇଛି । ସୁବର୍ଣ୍ଣପୁର, କଟକ, କନ୍ଧମାଳ, ସମ୍ବଲପୁର, ନୂଆପଡା ଏବଂ ବୌଦ୍ଧ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଆଜି ବନ୍ଦ ବନ୍ଦ ରହିବ । ଜିଲ୍ଲାପାଳମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିବା , ନଦୀ – ନାଳରେ ପାଣିସ୍ତର ବଢିବା ଏବଂ ଯାତାୟତରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଅତ୍ୟାବଶ୍ୟକ କାରଣ ଛଡା ଘରୁ ବାହାରକୁ ନ ଯିବା ଏବଂ ସତର୍କତା ମାନିବାକୁ ଅନୁରୋଧ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking