30 C
Bhubaneswar
Tuesday, June 30, 2026
Homeଦେଶ ବିଦେଶଉତ୍ତରପ୍ରଦେଶରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା: ୯ ମୃତ, ୨୨ ଆହତ

ଉତ୍ତରପ୍ରଦେଶରେ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା: ୯ ମୃତ, ୨୨ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସୋମବାର ସନ୍ଧ୍ୟାରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ମଥୁରା ଜିଲ୍ଲାର ଯମୁନା ଏକ୍ସପ୍ରେସୱେର ରାୟା ଥାନା ଅନ୍ତର୍ଗତ ୧୧୨ ନମ୍ବର ମାଇଲଷ୍ଟୋନ୍ ନିକଟରେ ପ୍ରାୟ ୬୫ ଜଣ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌରୁ ନୋଇଡା ଅଭିମୁଖେ ଯାଉଥିବା ଏକ ଡବଲ୍-ଡେକର ସ୍ଲିପର ବସ୍ ଆଗରେ ଯାଉଥିବା ଏକ ଟ୍ରେଲର ସହ ପିଟି ହେବା ଫଳରେ ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ଓ ୧୯ ଜଣ ଆହତ ହୋଇଥିବାବେଳେ ଅନ୍ୟ ଏକ ଦୁଃଖଦାୟକ ଘଟଣା ଫିରୋଜାବାଦରୁ ଘଟିଛି। ପ୍ରବଳ ଝଡ଼ ତୋଫାନ ଯୋଗୁଁ ରାସ୍ତା କଡ଼ରେ ଥିବା ଏକ ବିରାଟ ନିମ୍ବ ଗଛ ଉପୁଡ଼ି ଏକ ଚଳନ୍ତା ଇ-ରିକ୍ସା ଉପରେ ପଡ଼ିଯିବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ଏବଂ ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଚଳାଇଛି।

ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ତୋଷ କୁମାର ଶର୍ମାଙ୍କ ସୂଚନା ଅନୁଯାୟୀ, ଇ-ରିକ୍ସାଟି ଏତା ଜିଲ୍ଲାର ଆୱାଗଡ଼ରୁ ଫରିହା ଆଡ଼କୁ ଯାଉଥିବା ବେଳେ ହଠାତ୍ ଏହି ଅଘଟଣ ଘଟିଥିଲା। ଗଛଟି ସିଧାସଳଖ ଗାଡ଼ି ଉପରେ ପଡ଼ିବାରୁ ସେଥିରେ ଥିବା ୮ ଜଣ ଯାତ୍ରୀ ଭିତରେ ଫସି ରହିଥିଲେ। ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଗ୍ରାମବାସୀ ଏକ ଜେସିବି ମେସିନ ସାହାଯ୍ୟରେ ଗଛକୁ ହଟାଇ ସମସ୍ତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ୫ ଜଣ ପ୍ରାଣ ହରାଇଥିଲେ। ମୃତକମାନେ ହେଲେ ଗଜେନ୍ଦ୍ର (୨୮), ହରେଶ ପାଲ୍ (୫୯), ବିଷ୍ଣୁ (୨୦), ଅମନ (୧ ୭) ଏବଂ ଗଙ୍ଗା ସିଂହ (୬୫)। ପୋଲିସ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking