30 C
Bhubaneswar
Tuesday, June 30, 2026
Homeଓଡିଶାଯାତ୍ରା ମଞ୍ଚରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ହଜାର ଦର୍ଶକ

ଯାତ୍ରା ମଞ୍ଚରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ହଜାର ଦର୍ଶକ

ଗଞ୍ଜାମ: ମଞ୍ଚସ୍ଥ ହେଉଥିଲା ନାଟକ । ଯାତ୍ରା ଷ୍ଟେଜରେ ଲାଗିଲା ନିଆଁ । ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିଆ ଗାଁରେ ଯାତ୍ରା ବେଳେ ଅଘଟଣ ଘଟିଛି । ଯାତ୍ରା ଷ୍ଟେଜରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତେବେ ଅଳ୍ପକେ ବର୍ତ୍ତିଲେ ହଜାର ହଜାର ଦର୍ଶକ । ରାତି ପ୍ରାୟ ୩ ଟା ବେଳେ ନାଟକ ମଞ୍ଚସ୍ଥ ବେଳେ ଏହି ଅଘଟଣ ଘଟିଥିଲା । ଯାତ୍ରାରେ ଦୁଇ ଦଳ ଭିତରେ ରାମାୟଣ ଲାଗିଥିଲା । ଏହି ସମୟରେ ବଉଳ ଝୋଲି ରାମାୟଣ ଦଳ ପକ୍ଷରୁ ବାଣ ଫୁଟାଇବା ବେଳେ ଅସାବଧାନତା ବଶତଃ ଏଥିରୁ ନିଆଁ ବାହାରି ବାଣ ଗଦାରେ ପଡି ଯାଇଥିଲା । ଏହି ବାଣ ଗୁଡିକୁ ସେମାନେ ଷ୍ଟେଜ ତଳେ ରଖିଥିଲେ । ସେଥିପାଇଁ ନିଆଁ ଲାଗି ଯିବାରୁ ଜଳି ଉଠିଥିଲା । କିଛି ସମୟ ମଧ୍ୟରେ ଷ୍ଟେଜକୁ ଧରି ପକାଇଥିଲା । ଫଳରେ ଦର୍ଶକମାନେ ସେଠାରୁ ଦୌଡି ଥିଲେ । ଯାତ୍ରା କମିଟି ଓ ସ୍ୱେଚ୍ଛାସେବୀ ମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଶେଷରେ ବ୍ରହ୍ମପୁର ଅଗ୍ନିଶନ ବିଭାଗରୁ ୨ଟି ଦମକଳ ଗାଡି ଆସି ନିଆଁ ଲିଭାଇବାରେ ସକ୍ଷମ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking