32.5 C
Bhubaneswar
Monday, June 29, 2026
Homeଓଡିଶାବିଜେଡି ପାଇଁ ଅସ୍ତ୍ର ହେବେ ସୁଜାତା ରାଉତ: ସୁବାସ ସିଂ

ବିଜେଡି ପାଇଁ ଅସ୍ତ୍ର ହେବେ ସୁଜାତା ରାଉତ: ସୁବାସ ସିଂ

ଭୁବନେଶ୍ୱର: ସୁଜାତା ରାଉତ କାର୍ତ୍ତିକେୟନ ବିଜେଡିରେ ସାମିଲ ହେବା ପରେ କଟକ ମେୟର ସୁବାସ ସିଂ ତାଙ୍କୁ ଭେଟିବା ସହ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁବାସ ସିଂ କହିଛନ୍ତି ଯେ, ସୁଜାତାଙ୍କ ଯୋଗଦାନ ବିଜେଡି ସଙ୍ଗଠନକୁ ଆଗକୁ ନେବାରେ ଏକ ବଡ଼ ଆସେଟ୍‌ ହେବେ । ସଙ୍ଗଠନକୁ ଆଉ ଏକ ନୂଆ ଅଧ୍ୟାୟକୁ ନେବା ପାଇଁ ତାଙ୍କର ସହାୟତା ଆବଶ୍ୟକ ଏବଂ ତାଙ୍କୁ ସାଙ୍ଗରେ ନେଇ ଦଳ ଆଗକୁ ବଢ଼ିବ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଜାତା ରାଉତ ବିଜେଡିରେ ଯୋଗ ଦେବା ପରେ ଓଡ଼ିଶା ଲୋକ ଓ ଦଳୀୟ କର୍ମୀଙ୍କ ଭିତରେ ଆତ୍ମବିଶ୍ୱାସ ବଢିଛି । ବିଶେଷ କରି ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ । ଓଡ଼ିଶାରେ ମହିଳା ସଶକ୍ତିକରଣର ଯେଉଁ ବଡ଼ ଭୂମିକା ଥିଲା, ସେଥିରେ ସୁଜାତାଙ୍କ ଅବଦାନ ଅତୁଳନୀୟ । ଯେଉଁ ‘ମିଶନ ଶକ୍ତି’କୁ ସେ ନିଜେ ଛିଡ଼ା କରିଥିଲେ, ତାହା ଆଜି ଦୁର୍ବଳ ହୋଇପଡ଼ିଛି। ସୁଜାତାଙ୍କ ଯୋଗଦାନ ଫଳରେ ମହିଳାମାନଙ୍କ ଭିତରେ ପୁଣି ଥରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି ଏବଂ ସେମାନେ ଅଧିକ ପରିମାଣରେ ଦଳ ସହ ଯୋଡ଼ି ହେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking