ନୂଆଦିଲ୍ଲୀ: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୨୦୨୭ ଆରମ୍ଭରେ ଭାରତ ଗସ୍ତ କରିବେ ରାଷ୍ଟ୍ରପତି ଟ୍ରମ୍ପ । ଏନେଇ ଆମେରିକା ବିଦେଶ ମନ୍ତ୍ରୀ ମାର୍କ ରୁବିଓ ସୂଚନା ଦେଇଛନ୍ତି। ଏହି ଗସ୍ତ ଉଭୟ ଦେଶର ରାଜନୈତିକ ଓ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ କରିବ। ଏହାସହ ରୁବିଓ କହିଛନ୍ତି, ଏହି ଐତିହାସିକ ଗସ୍ତ ଓ ପ୍ରସ୍ତୁତିକୁ ଚୂଡାନ୍ତ ରୂପ ଦେବା ସହ ବହୁପ୍ରତିକ୍ଷିତ ଟ୍ରେଡ୍ ଡିଲ୍ ଫାଇନାଲ କରିବାକୁ ଭାରତ ଆସୁଛି। ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ସୁସମ୍ପର୍କ ଉଭୟ ଦେଶକୁ ବେଶ ଆଗକୁ ନେବ। ଉଭୟ ନେତା ଏକାଭଳି ଚିନ୍ତା କରନ୍ତି। ସେ ନିଜେ ମୋଦୀଙ୍କ ବଡ ପ୍ରଂଶସକ ବୋଲି କହିଛନ୍ତି ରୁବିଓ। ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ବଶକ୍ତି ଭାବେ ଉଭା ହୋଇଛି।










