36.3 C
Bhubaneswar
Saturday, June 27, 2026
Homeଓଡିଶାସ୍ନାନଯାତ୍ରା: ଭୋର୍‌ ୫ରୁ ପହଣ୍ଡି

ସ୍ନାନଯାତ୍ରା: ଭୋର୍‌ ୫ରୁ ପହଣ୍ଡି

ପୁରୀ: ଦୁଇଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ଗଜାନନ ବେଶରେ ଦର୍ଶନ ଦେବେ। ଏଥିପାଇଁ ଆଜି ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି। ଭକ୍ତମାନଙ୍କ ଲାଗି ସ୍ନାନଯାତ୍ରା ଦେଖିବା ପାଇଁ ଏଥର ମାର୍କେଟ୍‌ ଛକ ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଯେପରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍‌ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଉଛି। ସେହିପରି ଭକ୍ତମାନେ ଦୀର୍ଘବାଟ ଅତିକ୍ରାନ୍ତ କରି ମହାପ୍ରଭୁଙ୍କ ଏହି ଦିବ୍ୟ ଦୁର୍ଲଭ ଦର୍ଶନରୁ ବଞ୍ଚିତ ନ ହେବା ଲାଗି ନୀତିକାନ୍ତିକୁ ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ଆସନ୍ତାକାଲିଠାରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେବ। ସଅଳ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ଓ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ କରାଯିବ। ରାତି ୧୨ଟା ପରେ ବାହୁଟ କଣ୍ଟ କରାଯିବ। ବିଳମ୍ବିତ ରାତିରେ କୋଠ ସୁଆଁସିଆଁମାନେ ଚାର ବାନ୍ଧିବାକୁ ପ୍ରବେଶ କରିବେ। କୋଠ ସୁଆଁସିଆ ବାହାରିବା ପରେ ୨୮ ତାରିଖ ଭୋର୍‌ରୁ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ। ପୂର୍ବାହ୍ଣ ସୁଦ୍ଧା ସେନାପଟା ଲାଗି ହେବା ପରେ ଅନ୍ୟ ନୀତି ବଢ଼ି ୨୯ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପାଦିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking