34.8 C
Bhubaneswar
Wednesday, June 24, 2026
Homeଓଡିଶାଗଞ୍ଜେଇ ଭର୍ତ୍ତି ୨ଗାଡିକୁ ଧରିଲା ପୋଲିସ  

ଗଞ୍ଜେଇ ଭର୍ତ୍ତି ୨ଗାଡିକୁ ଧରିଲା ପୋଲିସ  

ସୁବର୍ଣ୍ଣପୁର: ଗଞ୍ଜେଇ ଭର୍ତ୍ତି ଦୁଇଟି ସମାନ ରଙ୍ଗର ଗାଡି । ଗୋଡ଼ାଇ ଗୋଡ଼ାଇ ଧରିଲା ସୁବର୍ଣ୍ଣପୁର ପୋଲିସ l ଗାଡ଼ିରୁ ମିଳିଲା ବିପୁଳ ପରିମାଣର ଗଞ୍ଜେଇ । ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ।ସୁବର୍ଣ୍ଣପୁର ଜିଲ୍ଲା ଦେଇ ବୌଦ୍ଧ ଅଞ୍ଚଳରୁ ବାହାର ରାଜ୍ୟକୁ ଦୁଇଟି ସମାନ ରଙ୍ଗର କାରରେ ଭିନ୍ନ ଭିନ୍ନ ରାସ୍ତା ଦେଇ ଗଞ୍ଜେଇ ନେଇ ଯାଉଥିବା ଏସପି ଖବର ପାଇଥିଲେ l ନିଜେ ସୁବର୍ଣ୍ଣପୁର ଏସପି ବିନିକା ରାସ୍ତା ଦେଇ ଯାଉଥିବା ଗାଡିକୁ ଗୋଡ଼ାଇବାରୁ ବିନିକା ଥାନା ପୂଜାହାରି ସାହାଯବାହାଲ ଗ୍ରାମ ଭିତରକୁ ଯାଇ ଗାଡି ଛାଡି ଡ୍ରାଇଭର ଫେରାର ହୋଇଥିବା ବେଳେ ଆଉ ଅନ୍ୟ ଏକ କାର ଉଲୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ପୋଲିସ ଗୋଡ଼ାଇବାରୁ ଝାରବାହାଲି ଛକ ନିକଟରେ ଗଞ୍ଜେଇ ଭର୍ତ୍ତି କାର ଛାଡି ଡ୍ରାଇଭର ଫେରାର ମାରିଛି lବିନିକା ଥାନା ପୂଜାହାରି ସାହାଯବାହାଲ ଠାରେ ଗଞ୍ଜେଇ ଭର୍ତ୍ତି କାରରୁ ୩ କ୍ବିଣ୍ଟାଲ କେଜିଏ ଗଞ୍ଜେଇ ବାହାରିଥିବା ବେଳେ ଉଲୁଣ୍ଡା ଥାନା ଝାରବାହାଲି ଗ୍ରାମ ନିକଟରେ ଜବତ ହୋଇଥିବା କାରରୁ ୨୭୧ ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡିଛି l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏବେ ଓଜନ କରାଯାଉଛି l ଦୁଇଟି ସ୍ଥାନରେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ଚାରି କୋଟି ଟଙ୍କା ହେବ ବୋଲି ଜଣାପଡିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking