35.9 C
Bhubaneswar
Friday, June 19, 2026
Homeଓଡିଶାମୋହନଙ୍କୁ ନବୀନଙ୍କ ଚିଠି

ମୋହନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଭତ୍ତା ପାଇଁ ହୀନସ୍ଥା ହେଲେଣି ହିତାଧିକାରୀ । ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟାନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ପତ୍ର ପ୍ରଦାନ କରିଛନ୍ତି । ନବୀନ ଲେଖିଛନ୍ତି, ଓଡିଶାରେ ପାଖାପାଖି ୧୮ ଲକ୍ଷ ହିତାଧିକାରୀ ଗତ ୩ ମାସ ହେଲାଣି ସେମାନଙ୍କ ଭତ୍ତା ପାଇ ନାହାନ୍ତି ଏଥିପାଇଁ ମୁ ଦୁଃଖିତ । ସେମାନଙ୍କ ଜୀବନଶୈଳୀରେ ବଞ୍ଚିବା ପାଇଁ ଆଜି ଯେଉଁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ବିଧବା ମାନେ ଯେଉଁ ଭତ୍ତା ପାଉଥିଲେ ତାହା ସେମାନେ ପାଇ ପାରୁନାହାନ୍ତି । ଲଗାତାର ତିନି ମାସ ଧରି ଭତ୍ତା ହିତାଧିକାରୀମାନେ ଏହି ସହାୟତାରୁ ବଞ୍ଚିତ ହେବା ସହ ଆର୍ଥିକ ଅନଟନର ଶିକାର ହେଉଛନ୍ତି । ଯଦି ରିପୋର୍ଟ ଦେଖିବା ଗଞ୍ଚାମ ଜିଲ୍ଲା ବେଗୁନିଆପଡାର ଜଣେ ବୃଦ୍ଧା ଶ୍ରୀମତୀ ସାବିତ୍ରୀ ଦୋରା ଭତ୍ତା ନପାଇବାରୁ ଅର୍ଥ ଅଭାବ ଯୋଗୁଁ ଚିନ୍ତାରେ ସେ ନିଜର ଜୀବନ ହାରିଦେଲେ । ଯାହା ଗ୍ରହଣୀୟ ନୁହେଁ । ସବୁଠୁ ବଡ କଥା ଯେ ବିଳମ୍ବରେ ଭତ୍ତା ମିଳିବା ତାହା ପୁଣି ବୈଷୟିକ ତ୍ରୁଟି ଯୋଗୁଁ ଭତ୍ତା ମିଳିପାରୁନାହିଁ ବୋଲି କୁହାଯାଉଛି । ଏହା ଟେକ୍ନିକାଲ ସମସ୍ୟା ନୁହେଁ, ସରକାରଙ୍କ ଏହା ଅବହେଳା, ଯାହା ତାଙ୍କର ଦାୟିତ୍ୱକୁ ସେ ସଠିକ ରୂପେ ତୁଲାଇପାରିନାହାନ୍ତି ବୋଲି ନବୀନ ଲେଖିଛନ୍ତି । ଲୋକମାନଙ୍କ ମୌଳିକ ଅଧିକାରକୁ ପ୍ରଯୁକ୍ତିବିଦ୍ୟାରେ ସମସ୍ୟା ଆଳରେ ବଞ୍ଚିତ କରାଯାଇ ପାରିବ ନାହିଁ । ଗତ ୨୪ ବର୍ଷରେ ମୋ ସରକାର ଥିବା ସମୟରେ ହିତାଧିକାରୀମାନେ ପ୍ରତି ମାସରେ ଜନ ସେବା ଦିବସ ପାଳନ ଅବସରରେ ୧୫ ତାରିଖ ସୁଦ୍ଧା ଭତ୍ତା ପାଉଥିଲେ । ଭତ୍ତା ହିତାଧିକାରୀମାନେ ଗ୍ରାମପଞ୍ଚାୟତରେ ସ୍ୱଚ୍ଛଳ ଭାବେ ଭତ୍ତା ପାଉଥିଲେ । ଏମିତିକି ଭତ୍ତା ହିତାଧିକାରୀମାନେ ଯେଉଁମାନେ ଚାଲିବା ଅସାମର୍ଥ ଥିଲେ ସେମାନଙ୍କ ଘରକୁ ଯାଇ ଭତ୍ତା ଟଙ୍କା ଦିଆଯାଉଥିଲା । ଏହି ନାଗରିକ – କୈନ୍ଦ୍ରିକ ମୋଡେଲକୁ ପ୍ରଶଂସା ମିଳିବା ସହ ସୁପ୍ରିମକୋର୍ଟ ମଧ୍ୟ ପ୍ରଶଂସା କରିଥିଲେ । ଆମର ମଡେଲ ହିତାଧିକାରୀଙ୍କ ପାଇଁ ସମୟସୀମାରେ ଭତ୍ତା ପ୍ରଦାନ କରାଯାଉଥିଲା । ତିନି ମାସ ପାଇଁ ଭତ୍ତା ଟଙ୍କା ବନ୍ଦ କରିବା ଏହା ପ୍ରକ୍ରିୟାଗତ ତ୍ରୁଟି ନୁହେଁ ଏହା ଶାସନର ବିଫଳତା । ନବୀନ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରି କହିଛନ୍ତି, ପେଣ୍ଡିଙ୍ଗ ଭତ୍ତା ଟଙ୍କାକୁ ମାନୁଆଲ ଭାବେ ହିତାଧିକାରୀଙ୍କୁ ବାଣ୍ଟି ଏହି ସଙ୍କଟ   ପୁନରାବୃତ୍ତି ନ ହୁଏ ସେ ପ୍ରତି ଧ୍ୟାନ ଦିଅନ୍ତୁ । ଏବଂ ଭବିଷ୍ୟତରେ ଏପରି ନହେବା ପାଇଁ ହିତାଧିକାରୀଙ୍କୁ ଆଶ୍ୱସ୍ତିକର ବାର୍ତ୍ତା ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking