କେନ୍ଦୁଝର: ଗୋଠଛଡା ଦନ୍ତା ହାତୀର ଉପଦ୍ରବ । ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଲା ଗୋଠ ଛଡା ଦନ୍ତା ହାତୀ । ଗତକାଲି ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜକୁ ପଶି ଆସିଥିବା ୨୫ ଟିକିଆ ହାତୀ ପଲରୁ ଏକ ଦନ୍ତା ହାତୀ ଗୋଠ ଛଡା ହୋଇ ଚମ୍ପୁଆ ବ୍ଲକ ଭଣ୍ଡା କନ୍ଦାନାଳି ସାହି ଗାଁକୁ ପଶି ଆସିଥିଲା । ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନର କନ୍ଦାନାଳି ସାହି ପଶି ଗାଁରେ ଦୁଇଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଛି । ଆଜି ପାହାନ୍ତା ହାତୀଟି ଗାଁରେ ପଶି ଗାଁର ପରମେଶ୍ୱର ମହାରଣା ଓ ପ୍ରମିଳା ମହାରଣାଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଛି । ହାତୀ ଘର ଭାଙ୍ଗିବାବେଳେ ଏମାନଙ୍କ ପରିବାର ଘର ଭିତରେ ଶୋଇଥିଲେ ତେବେ ହାତୀ ଘର ଭାଙ୍ଗିବା ଜାଣି ଘରୁ ବାହାରି ନିଜ ଜୀବନ ବଞ୍ଚାଇଛନ୍ତି ଏମାନଙ୍କ ପରିବାର ପରେ ଗାଁ ଲୋକେ ହାତୀକୁ ଘଉଡେଇବାରୁ ହାତୀଟି ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଛି ।










