30.7 C
Bhubaneswar
Thursday, June 18, 2026
Homeଓଡିଶାରାହୁଳ ଗାନ୍ଧୀଙ୍କ ଜନ୍ମଦିବସ ଉପଲକ୍ଷେ ଆଲୋଚନା ଚକ୍ର

ରାହୁଳ ଗାନ୍ଧୀଙ୍କ ଜନ୍ମଦିବସ ଉପଲକ୍ଷେ ଆଲୋଚନା ଚକ୍ର

ବିରୋଧୀ ଦଳ ନେତା ତଥା ବର୍ତ୍ତମାନ ଯୁବ ଛାତ୍ର ସମାଜର ଆଶା ଭରଷା ଜନନେତା ରାହୁଳ ଗାନ୍ଧୀଙ୍କ 56 ତମ ଜନ୍ମବାର୍ଷିକୀ ଉପଲକ୍ଷେ ଆଜି ସନ୍ଧ୍ୟା 6 ଟାରେ କଂଗ୍ରେସ ଭବନଠାରେ ଏକ ଭବ୍ୟ ସମାବେଶରେ ଜନ୍ମ ଉତ୍ସବ ପାଳନ ସହ ‘ନ୍ୟାୟ ଓ ସମାନତାର ସ୍ୱର : ରାହୁଳ ଗାନ୍ଧୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ଶିକ୍ଷାବିତ ଓ ଗବେଷକ ପ୍ରଫେସର ସତ୍ୟ ନାରାୟଣ ସାହୁ, ବରିଷ୍ଠ ଆଇନଜୀବୀ ପରେଶ ଦାଶ ଓ ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର ଉକ୍ତ ପ୍ରସଙ୍ଗରେ ଆଲୋଚକ ଭାବରେ ଯୋଗଦେବେ l କଂଗ୍ରେସ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ l ଏହି ଆଲୋଚନା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଯୁବବର୍ଗ ଓ ମହିଳାଙ୍କୁ ଅନେକ ସଂଖ୍ୟାରେ ଯୋଗଦାନ କରିବାକୁ, ଉତ୍ସବର ସଫଳ ରୂପାୟନ ପାଇଁ ଗଠିତ କମିଟିର ଅଧ୍ୟକ୍ଷ ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁରୋଧ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking