33.6 C
Bhubaneswar
Thursday, June 18, 2026
Homeଓଡିଶା୫୦ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏଏସଆଇ ଓ ୨ ହୋମଗାର୍ଡ ଚାକିରିରୁ ବିଦା

୫୦ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏଏସଆଇ ଓ ୨ ହୋମଗାର୍ଡ ଚାକିରିରୁ ବିଦା

ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତି ବିରୋଧରେ ସରକାରଙ୍କ ତୀବ୍ର କାର୍ଯ୍ୟାନୁଷ୍ଠାନ ଆଉ ଏକ ଉଦାହରଣ ଦେଖାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ମଞ୍ଚେଶ୍ୱର ଥାନାର ଏଏସଆଇ ରାଜେଶ କୁଲୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଏହା ସହିତ ଦୁଇ ହୋମଗାର୍ଡଙ୍କୁ ମଧ୍ୟ ସରକାରୀ ସେବାରୁ ବିଦା କରାଯାଇଛି । ସୂଚନା ଅନୁଯାୟୀ, ଏଏସଆଇ ରାଜେଶ କୁଲୁ ଏକ ମାମଲାରେ ମୋବାଇଲ ଫେରତ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ଥିଲା । ଏହି ଟଙ୍କା ଗ୍ରହଣ କରୁଥିବା ସମୟରେ ସେ ଧରାପଡ଼ିଥିଲେ ।

ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିଲା । ମାତ୍ର ୨୪ ଘଣ୍ଟା ମଧ୍ୟରେ ସରକାର କଠୋର ପଦକ୍ଷେପ ଗ୍ରହଣ କରି ଏଏସଆଇଙ୍କୁ ଚାକିରିରୁ ବିଦା କରିଛନ୍ତି । ଏହା ସହିତ ଦୁଇ ହୋମଗାର୍ଡ—ଜ୍ୟୋତିରଞ୍ଜନ ବେହେରା ଓ ଅବଦୁଲ ସର୍ଫରାଜ ଖାନ—ମଧ୍ୟ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ଏହି ଦୁଇଜଣଙ୍କ ଉପରେ ମଧ୍ୟ ଦୁର୍ନୀତିରେ ସହଯୋଗ କରିଥିବା ଅଭିଯୋଗ ଥିଲା । ଅଭିଯୋଗ ଅନୁଯାୟୀ, ମୋବାଇଲ ଫେରାଇ ଦେବା ପାଇଁ ଲାଞ୍ଚ ଚାହିଁଥିବା ଘଟଣା ପୁଲିସ୍ ବିଭାଗର ଛବିକୁ ମଧ୍ୟ ଆଘାତ କରିଥିଲା । ଏହି ଘଟଣା ପରେ ସରକାର ତୁରନ୍ତ ଆକ୍ସନ୍ ନେଇ ସ୍ପଷ୍ଟ କରିଛନ୍ତି ଯେ, ଦୁର୍ନୀତି ପ୍ରତି କୌଣସି ପ୍ରକାର ସହନଶୀଳତା ରହିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking