30 C
Bhubaneswar
Wednesday, June 17, 2026
Homeଓଡିଶାପାଠ୍ୟପୁସ୍ତକରେ ତ୍ରୁଟି; ଭୁଲ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ପାଠ୍ୟପୁସ୍ତକରେ ତ୍ରୁଟି; ଭୁଲ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ। ଭୁଲ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ତ୍ରୁଟି କେଉଁ ସ୍ତରରେ ହୋଇଛି ସେନେଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବା ସହିତ ତ୍ରୁଟି ଗୁଡ଼ିକ ସଂଶୋଧନ କରାଯିବ । ଏବଂ ପାଠ୍ୟ ପୁସ୍ତକରେ ତ୍ରୁଟିକୁ ନେଇ ରାଜନୀତିକରଣ କରାନଯାଉ ବୋଲି ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଜାତୀୟ ଶିକ୍ଷା ନୀତି ଆଧାରରେ ବଦଳିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ। ଅଭିଯୋଗ ଅନୁସାରେ ନୂଆ ବହିରେ ରହିଛି ୧୬୭୮ ଭୁଲ।ଅଷ୍ଟମ ଶ୍ରେଣୀ ବହିରେ ସର୍ବାଧିକ ୭୦୫ଟି ଭୁଲ୍‌ ରହିଛି । କେଉଁଠି ବନାନ୍‌ ଭୁଲ ତ ଆଉ କେଉଁଠି ମହାପୁରୁଷଙ୍କ ନାମ ଭୁଲ୍। ଓଡ଼ିଶା ବିଧାସଭା ଚିତ୍ର ବଦଳରେ ରହିଛି କର୍ଣ୍ଣାଟକ ଚିତ୍ର, ଡଙ୍ଗରିଆ ଜନଜାତିଙ୍କୁ ଲେଖାଯାଇଛି ଢୋଙ୍ଗରିଆ। ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡର ନିୟମଗିରି ଭାବେ ଦର୍ଶାଯାଇଛି । ବହିରେ ଏତିକି ଭୁଲ୍‌ କଲା ପରେ ଏବେ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସବୁ ତ୍ରୁଟିର ସଂଶୋଧନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking