ବୈଶିଙ୍ଗ: ମଙ୍ଗଳବାର ସକାଳୁ ସକାଳୁ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପୁରୁଣାପାଣି ଛକ ନିକଟରେ ଘଟିଯାଇଛି ଏକ ବଡ଼ ଧରଣର ଦୁର୍ଘଟଣା l ଯାନ୍ତ୍ରିକ ତ୍ରୁଟି ପାଇଁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଛି ତୀର୍ଥଯାତ୍ରୀ ବସ l ବସଟି ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ନେଇ କାଶୀରୁ ଆନ୍ଧ୍ରପ୍ରଦେଶ ଫେରୁଥିବା ସମୟରେ ଘଟିଛି ଅଘଟଣ l ଦୁର୍ଘଟଣାରେ ୬ ଗୁରୁତର ଆହତ ହୋଇଥିବାବେଳେ ଏକାଧିକ ସାମାନ୍ୟ ହୋଇଛନ୍ତି ଓ ସମସ୍ତଙ୍କୁ ବେତନଟୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି l ପରେ ଗୁରୁତରଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ ଘଟଣା ସ୍ଥଳରେ ବେତନଟୀ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ବସରେ ସମସ୍ତ ତୀର୍ଥଯାତ୍ରୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବୋଲି ଜଣା ପଡିଛି l










