32.8 C
Bhubaneswar
Monday, June 15, 2026
Homeଓଡିଶାଘର ପଛପଟୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଘର ପଛପଟୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର: ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ବାପା ଛେଉଣ୍ଡ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏତିକିରେ ଅଟକି ନଥିଲା ନର ରାକ୍ଷସଙ୍କ ବର୍ବରତା । ହତ୍ୟା ପରେ ଯୁବତୀଙ୍କୁ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଘଟଣାକୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଲୋକଙ୍କ ଭିତରେ ଶୋକ ଓ ଆକ୍ରୋଶ ଦେଖିବାକୁ ମିଳିଛି । ଅନ୍ୟପଟେ ଦୋଷୀଙ୍କୁ ନଧରିବା ଯାଏଁ ଶବକୁ ନଛାଡିବା ଜିଦରେ ଅଡିବସିଛନ୍ତି ପରିବାର ଲୋକେ । ବାପାଙ୍କୁ ପୂର୍ବରୁ ହରାଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥୀଙ୍କ ସହ ଯାଇଥିଲେ ଯୁବତୀ । ହେଲେ ଆଜି ସକାଳୁ ଘର ବାରିପଟେ ମିଳିଥିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ । ଖବର ପାଇ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ଓ ପରିବାର ବର୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking