ନୂଆଦିଲ୍ଲୀ : ବ୍ରାଜିଲର ସାଓ ପାଉଲୋ ରାଜ୍ୟରେ ବଞ୍ଜି ଜମ୍ପିଂ କରୁଥିବା ସମୟରେ ଏକ ଦୁର୍ଘଟଣାରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, କର୍ମଚାରୀମାନେ ଯୁଂବତୀଙ୍କୁ ସୁରକ୍ଷା ରଶି ନ ଲଗାଇ ସେତୁରୁ ଡେଇଁବାକୁ ଅନୁମତି ଦେଇଥିଲେ। ଯାହା ଫଳରେ ସେ ୧୩୦ ଫୁଟରୁ ଅଧିକ ତଳକୁ ଖସି ପଡ଼ିଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ନାମ ମାରିଆ ଏଡୁଆର୍ଡା ରୋଡ୍ରିଗ୍ସ ଡି ଫ୍ରେଇଟାସ୍ ବୋଲି ଚିହ୍ନଟ କରାଯାଇଛି। ସେ ଏକ ଘରୋଇ କମ୍ପାନୀ ଦ୍ୱାରା ଆୟୋଜିତ ଏକ ବଞ୍ଜି ଜମ୍ପିଂ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ଏହି ଦୁର୍ଘଟଣା ସ୍କେଲିଟନ୍ ବ୍ରିଜ୍ରେ ଘଟିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ କର୍ମଚାରୀମାନେ ମହିଳାଙ୍କୁ ସେତୁର ଧାରକୁ ନେଇ ଡେଇଁବାକୁ ଦେଉଛନ୍ତି। ଯେତେବେଳେ ସେ ପଡ଼ିବାକୁ ଆରମ୍ଭ କରନ୍ତି, ଦେଖଣାହାରୀମାନେ ଅନୁଭବ କରନ୍ତି ଯେ ତାଙ୍କ ସୁରକ୍ଷା ରଶି ଲାଗି ନାହିଁ। ଭିଡିଓରେ ଅନେକ ଲୋକଙ୍କୁ “ରଶି…ରଶି…’ ଚିତ୍କାର କରୁଥିବା ଶୁଣାଯାଉଛି। କିନ୍ତୁ ସେତେବେଳେ ବହୁତ ଡେରି ହୋଇଯାଇଥିଲା ଏବଂ ମହିଳା ଜଣକ ଗଭୀର ଗର୍ତ୍ତରେ ପଡ଼ିଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଏହି ଘଟଣାରରେ ୬ ଜଣଙ୍କ ଗିରଫ କରାଯାଇଛି।
![]()










