ବାଲେଶ୍ବର: ଗୋ-ମାଫିଆଙ୍କୁ ନାହିଁ ନିସ୍ତାର । ଖୋଜି ଖୋଜି ଧରୁଛି ପୋଲିସ । ପାଖାପାଖି ଦୁଇ ମାସ ପରେ ପୁଣି ଥରେ ବଡ଼ ଧରଣର ରେଡ୍ । ଗୋ-ତସ୍କରୀ ଉପରେ ବଡ଼ ଧରଣର ଚଢ଼ାଉ କରିଛି ପୋଲିସ । ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଏକକାଳୀନ ୧୯ଟି ସ୍ଥାନରେ ଚଢାଉ କରିଥିଲା ପୋଲିସ । ମଧ୍ୟରାତ୍ରରୁ ଅଚାନକ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୨୦ଟି ଗାଡ଼ି ଜବତ ସହ ୧ କେଜିରୁ ଉର୍ଦ୍ଧ୍ବ ରୁପା, ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଓ ୧୯ଟି ପାସବୁକ୍, ଏଟିଏମ କାର୍ଡ ଜବତ କରିଛି ପୋଲିସ ।
ଏଭଳି ଚଢ଼ାଉ ପରେ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି ଧୀରେ ଧୀରେ ଗୋ-ମାଫିଆଙ୍କ ଉପରେ ରୋକ୍ ଲାଗିବା ଆରମ୍ଭ ହୋଇଛି । ଲଗାତର ପୋଲିସ ପକ୍ଷରୁ ଚଢ଼ାଉ କରାଯାଉଥିବାରୁ ଏବେ ଗୋ-ଚାଲାଣ କାରବାର କମିବା ଆରମ୍ଭ ହୋଇଛି। ବର୍ତ୍ତମାନ କିଛି ନୂଆ ଢଙ୍ଗରେ ଗୋ-ମାଫିଆ ଗୋ-ଚାଲାଣ ଆରମ୍ଭ କରିଥିବା ବେଳେ ତସ୍କରୀ ଉପରେ ପୋଲିସ ସମ୍ପୂର୍ଣ୍ଣ ଭାବେ ନଜର ରଖିଛି ।










