37.8 C
Bhubaneswar
Friday, June 12, 2026
Homeଓଡିଶାରଜ ମହକରେ ଜନତା ମଇଦାନରେ ଜମିଲା ‘ମିଠା ମିଠା ଗପ’ ଆସର

ରଜ ମହକରେ ଜନତା ମଇଦାନରେ ଜମିଲା ‘ମିଠା ମିଠା ଗପ’ ଆସର

ଭୁବନେଶ୍ୱର: ରଜର ମହକ ଭିତରେ ଭୁବନେଶ୍ୱରର ଜନତା ମଇଦାନ ହୋଇଉଠିଥିଲା ଗପର ଆସର । ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଫେୟାର ମଞ୍ଚରେ ଆୟୋଜିତ ‘ମିଠା ମିଠା ଗପ’ କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ଅନେକ କଥାକାର ଓ ଶ୍ରୋତା । ଓଡ଼ିଶା ଷ୍ଟୋରୀ ଟେଲର୍ସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ଗଳ୍ପକଥନ ଶୈଳୀକୁ ପୁଣିଥରେ ଜୀବନ୍ତ କରାଯାଇଥିଲା । ଡିଜିଟାଲ୍ ଯୁଗରେ ମଧ୍ୟ ଗପ ଶୁଣିବା ଓ କହିବାର ଆକର୍ଷଣ କମିନଥିବା ଏହି ଆୟୋଜନରୁ ସ୍ପଷ୍ଟ ହୋଇଥିଲା ।

ମଞ୍ଚ ପାଖରେ ଛୋଟରୁ ବୟସ୍କ ପର୍ଯ୍ୟନ୍ତ ଅନେକ ଶ୍ରୋତା ଏକାଠି ହୋଇ ଗପର ଆନନ୍ଦ ଉଠାଇଥିଲେ । ସମୟ ବଢ଼ିବା ସହ ଗହଳି ମଧ୍ୟ ବଢ଼ିଥିଲା ଓ ସମସ୍ତେ ଗପରେ ମଜ୍ଜି ଯାଇଥିଲେ । ଷ୍ଟୋରିଟେଲର୍ସ ଅନୀତା, ତପସ୍ୱିନୀ, ପ୍ରତ୍ୟୁଷା, ବିଦ୍ୟୁତଲତା, ଅନୁଜ ଏବଂ ଶିଶୁ କଥାକାର ଆନ୍ସୀ ନିଜ ନିଜ ସୁମଧୁର ଗପରେ ଶ୍ରୋତାଙ୍କ ମନ ଜିତିଥିଲେ । ଏହାସହ ଶିଶୁ କଥାକାରଙ୍କ ଗ୍ରୁପ୍ ଷ୍ଟୋରିଟେଲିଂ ମଧ୍ୟ ବେଶ ଶିକ୍ଷଣୀୟ ଓ ମନୋରଞ୍ଜନଧର୍ମୀ ହୋଇଥିଲା । ସମସ୍ତ ଗପର ମୂଳ ବିଷୟ ଥିଲା ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଗପରେ ଭରି ରହିଥିଲା ଗାଁର ପରିବେଶ । ଗାଁ ତୋଟାର ଦୋଳି ସାଙ୍ଗକୁ ପୋଡ଼ ପିଠା ଓ ରଜ ପାନର ମଉଜ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking