ଭୁବନେଶ୍ୱର: ରାଜଧାନୀରେ ପୁଣି ଅମାନିଆ ‘ଆମ ବସ୍’ ଯୋଗୁଁ ଦୁର୍ଘଟଣା ଘଟିଛି । ଶ୍ରୀୟା ଛକ ନିକଟରେ ଘଟିଥିବା ଏହି ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରି ଆହତକୁ ହସ୍ପିଟାଲକୁ ପଠାଇଥିଲେ । ଏହି ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।










