ଆନ୍ଧ୍ରପ୍ରଦେଶ: ଓଡିଶା ଗାଁରେ ଆନ୍ଧ୍ର ମନ୍ତ୍ରୀ । କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିବାର ନାଁ ନେଉନଥିବା ବେଳେ ବର୍ତ୍ତମାନ ଆନ୍ଧ୍ର ଓଡିଶା ସୀମାନ୍ତ କୋଟିଆର ନେରେଡିଲବାଲସା ଗାଁରେ ସୀମାନ୍ତବାସୀଙ୍କୁ ଏକତ୍ରିତ କରି ଆନ୍ଧ୍ରର ମନ୍ତ୍ରୀ ପହଁଚିବାକୁ ବିବାଦକୁ ଆହୁରି ବଢେଇ ଦେଇଛି । ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଅଞ୍ଚଳବାସୀଙ୍କ ସମର୍ଥନ ହିଁ ବିବାଦକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛି । କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶରେ ଲାଗିପାରୁନାହିଁ ରୋକ । କୋଟିଆବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ଆଣୁଛନ୍ତି ଆନ୍ଧ୍ର ଅଧିକାରୀ । କେତେବେଳେ ଭତ୍ତା ଓ ଆଉ କେତେବେଳେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା । ବିଶେଷକରି ଜନଗଣନା ସମୟରେ ଓଡିଶା ପକ୍ଷରୁ ଜନଗଣନା ସରିବା ପରେ ପୁଣି ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ସୀମାନ୍ତ କିଛି ଗ୍ରାମରେ ଆରମ୍ଭ କରିଥିଲେ ଜନଗଣନା । ଏବେ ସାରା ରାଜ୍ୟରେ ଏସଆଇଆର ସର୍ଭେ ଆରମ୍ଭ ହୋଇଥିବା ବେଳେ ପଟ୍ଟାଙ୍ଗି ବ୍ଲକ ପକ୍ଷରୁ କୋଟିଆରେ ମଧ୍ୟ ଆରମ୍ଭ ହୋଇଛି ଏସାଇଆର ସର୍ଭେ । ଖବର ପାଇ ବୁଧବାର କିଛି ଆନ୍ଧ୍ର ଅଧିକାରୀ କୋଟିଆର ସୀମାନ୍ତ ଗାଁ ଫାଟୁସିନେରୀ ଓ ଫଗୁଣସିନେରୀ ଗାଁରେ ପହଁଚି ସର୍ଭେ ଆରମ୍ଭ କରିଥିବା ଜଣାପଡିଛି । ଯାହା ପୁଣି ଥରେ ବିବାଦ ଛିଡା କରିଛି ।










