ଭୁବନେଶ୍ୱର : ଓଡ଼ିଶା ଆସିବେ ଦେଶର ସର୍ବୋଚ୍ଚ ଦୁଇ ନେତୃତ୍ୱ—ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଆସନ୍ତା ୧୯ ଓ ୨୦ ତାରିଖରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଗସ୍ତକୁ ନେଇ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୁରକ୍ଷା ବ୍ୟବସ୍ଥା, ଯାତାୟାତ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ ସ୍ଥଳ ନିରୀକ୍ଷଣକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି । ସୂଚନା ଅନୁଯାୟୀ, ରାଷ୍ଟ୍ରପତି ତାଙ୍କ ଗସ୍ତ ସମୟରେ କିଛି ଆଧିକାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ଉନ୍ନୟନ ଯୋଜନାର ଶୁଭାରମ୍ଭ କରିବା ସହ କେତେକ ମୁଖ୍ୟ ପ୍ରକଳ୍ପକୁ ଲୋକାର୍ପଣ କରିବେ ବୋଲି ଆଶା କରାଯାଉଛି ।ଏହି ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ଓ ପୁଲିସ୍ ବିଭାଗ ସହଯୋଗରେ ବିଶେଷ ସୁରକ୍ଷା ଯୋଜନା ପ୍ରସ୍ତୁତ କରୁଛି । କାର୍ଯ୍ୟକ୍ରମ ସ୍ଥଳରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଏବଂ ଆପାତକାଳୀନ ସୁବିଧାକୁ ନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି । ଅନ୍ୟପଟେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କଲେ ଜିଲ୍ଲାପାଳ ।










