30.4 C
Bhubaneswar
Sunday, June 7, 2026
Homeଓଡିଶାମିଳିଲା ନିଖୋଜ ଗୈାରାଙ୍ଗଙ୍କ ମୃତଦେହ!

ମିଳିଲା ନିଖୋଜ ଗୈାରାଙ୍ଗଙ୍କ ମୃତଦେହ!

ଆଳି: ପ୍ରାଣାନ୍ତକ ଆକ୍ରମଣ ଓ ଅପହରଣର ୯ ଦିନପରେ ଦଳିତ ଯୁବକ ଗୈାରାଙ୍ଗର ମୂତଦେହକୁ ଆଜି ଠାବ କରିଛି ପୁଲିସ। ଆଳି ଥାନା ମହାଦେଇ ପାଟଣା ଗାଁର ଦଳିତ ଯୁବକ ଗୈାରାଙ୍ଗ। ଗୈାରାଙ୍ଗଙ୍କ ଉପରେ ସଂଘବଦ୍ଧ ପ୍ରାଣାନ୍ତକ ଆକ୍ରମଣ ପରେ ନିଖୋଜ ଥିଲେ ଗୈାରାଙ୍ଗ।ଅଭିଯୁକ୍ତ ଗିରଫ ପରେ ଠାବ ହେଲା ମୃତଦେହ। ଆଳି ଥାନା ପେତପଡା ପଞ୍ଚାୟତର ନ’ମାଣିଆ ପାଟ ମଝି ବେଣାବୁଦାରୁ ମିଳିଲା ଖପୁରୀ, ହାଡ଼ ଓ ପୋଷାକ। ଘଟଣାସ୍ଥଳ ଲୋକାରଣ୍ୟ। ହାଡ଼ ଓ ଖପୁରିକୁ ଜଗି ରହିଛନ୍ତି ପୁଲିସ ବାହିନୀ। ସାଇଣ୍ଟିଫିକ ଟିମ୍ ପହଞ୍ଚିଛନ୍ତି ଘଟଣାସ୍ଥଳରେ। ନିଖୋଜ ଗୈାରାଙ୍ଗଙ୍କୁ ଠାବ କରିବା ପାଇଁ ପଡ଼ିଥିଲା ଚହଳ। ବିଭିନ୍ନ ସଂଗଠନ ଦେଇଥିଲେ ଆନ୍ଦୋଳନ ଧମକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking