30.4 C
Bhubaneswar
Saturday, June 6, 2026
Homeଦେଶ ବିଦେଶନୋଏଡା ସୋସାଇଟି କୋଠା ଓ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ

ନୋଏଡା ସୋସାଇଟି କୋଠା ଓ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ

ନୋଏଡା: ନୋଏଡାର ସେକ୍ଟର-୭୪ ସ୍ଥିତ ଏକ ହାଇରାଇଜ ସୋସାଇଟି ଓ ରେଷ୍ଟୁରାଣ୍ଟ ସମେତ ଦୁଇଟି ପୃଥକ୍‌ ସ୍ଥାନରେ ଅଗ୍ନିକାଣ୍ଡ ଯୋଗୁ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା। ତେବେ ସଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇପାରିଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।ନୋଏଡା ସେକ୍ଟର ୭୪ ସ୍ଥିତ ଏକ ହାଇରାଇଜ ସୋସାଇଟିରେ ଶୁକ୍ରବାର ସକାଳେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ୨୮ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଦ୍ବାଦଶ ଫ୍ଲୋରରେ ନିଆଁ ଲାଗିଥିଲା। ଚାହୁଁ ଚାହୁଁ ନିଆଁ ଫ୍ଲାଟର ଝରକାକୁ ବ୍ୟାପି ଯାଇଥିଲା। ନିଆଁ ଓ ଧୂଆଁକୁ ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଦେଖାଯାଇଥିଲା। ଲୋକମାନେ ଭୟରେ ଆପାର୍ଟମେଣ୍ଟ ବାହାରକୁ ଦୌଡ଼ି ପଳାଇଥିଲେ। ଖବର ପାଇ ଦମକଳ ଗାଡ଼ି ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଆଖାପାଖ ଫ୍ଲାଟର ଲୋକଙ୍କୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ବାହାର କରିଦିଆଯାଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।ଅନ୍ୟପକ୍ଷରେ ନୋଏଡାର ସେକ୍ଟର -୫୨ରେ ଶତାବ୍ଦୀ ବିହାରର ଏକ ରେଷ୍ଟୁରାଣ୍ଟ ଓ ପେଇଂ ଗେଷ୍ଟ (ପିଜି) ବାସସ୍ଥାନରେ ଶୁକ୍ରବାର ସକାଳେ ନିଆଁ ଲାଗି ଯାଇଥିଲା। ସୂଚନା ପାଇ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା। ପିଜିରେ ଫସି ରହିଥିବା ୧୦ରୁ ୧୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ସର୍ଟ ସକ୍ରିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତେବେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟଣାର ଅବଗତ ହୋଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ସୁନିଶ୍ଚିତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking