40.7 C
Bhubaneswar
Wednesday, June 10, 2026
Homeଓଡିଶାପ୍ରବଳ ଖରା ସହ କାଳବୈଶାଖୀ: ୧୫ ଯାଏ ସତର୍କ ରହିବାକୁ ୱାର୍ଣ୍ଣିଂ

ପ୍ରବଳ ଖରା ସହ କାଳବୈଶାଖୀ: ୧୫ ଯାଏ ସତର୍କ ରହିବାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟ ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତାଠାରୁ ଅଧିକ ରହିଥିଲା। ତେବେ ଆସନ୍ତା ୧୧ ତାରିଖ ଯାଏଁ ଗ୍ରୀଷ୍ମ ପ୍ରଭାବ ଏବଂ ୧୫ ଯାଏଁ କାଳବୈଶାଖୀ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବୁଧବାର , ବାଲେଶ୍ୱର ଭଦ୍ରକ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ , କଳାହାଣ୍ଡି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲ୍ଲୋ ୱାଣ୍ଣିଂ ଦିଆଯାଇଛି । ସେହିପରି ବାଲେଶ୍ୱର , ଭଦ୍ରକ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ , ଗଜପତି , ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ନେଇ ୟେଲ୍ଲୋ ୱାର୍ଣ୍ଣିଂ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking