ନୂଆଦିଲ୍ଲୀ: ପାକିସ୍ତାନ ସେନାର ବର୍ବରକାଣ୍ଡ । ପାକିସ୍ତାନ ସେନା ପକ୍ଷରୁ ଆଫଗାନିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ୍କୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଗମ୍ଭୀର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଆକ୍ରମଣକୁ ନେଇ ଏବେ ପର୍ଯ୍ୟନ୍ତ ଯେଉଁ ତଥ୍ୟ ଆସିଛି, ସେଥିରେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଏହି ଏୟାରଷ୍ଟ୍ରାଇକ୍ରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୧୧ ଜଣ ଶିଶୁ ଥିବା ଖବର ଆସିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସାଧାରଣ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ମାନବାଧିକାର ସଂଗଠନଗୁଡ଼ିକ ମଧ୍ୟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଆକ୍ରମଣ ଘଟିଥିବା ସ୍ଥାନଗୁଡ଼ିକ ହେଲା ଜୁନାର, ଖୋସ୍ତ ଏବଂ ପକ୍ତିକା ପ୍ରଦେଶ । ଏହି ଅଞ୍ଚଳଗୁଡ଼ିକରେ ଏୟାରଷ୍ଟ୍ରାଇକ୍ ହୋଇଥିବାରୁ ଘରବାଡ଼ି ଧ୍ୱଂସ ହୋଇଥିବା ସୂଚନା ମିଳିଛି ଏବଂ ଅନେକ ସାଧାରଣ ପରିବାର ପ୍ରଭାବିତ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ବାହିନୀ ଏହି ଆକ୍ରମଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଆନ୍ତର୍ଜାତୀୟ ସମୁଦାୟ ଏହି ଘଟଣାକୁ ନିନ୍ଦା କରିବା ସହ ଶାନ୍ତି ପୁନସ୍ଥାପନ ପାଇଁ ଆହ୍ୱାନ ଦେଇଛନ୍ତି ।










