ଥାଇଲାଣ୍ଡ: ଥାଇଲାଣ୍ଡରେ ଫସିଛନ୍ତି ଚାରି ଓଡ଼ିଆ ଶ୍ରମିକ । ଭୋକ ଉପବାସରେ କଟୁଛି ଜୀବନ । ପାଖରେ ନାହିଁ ପାସପୋର୍ଟ, ଚାରିମାସ ହେବ ମିଳୁନି ଦରମା । ଘରକୁ ଫେରାଇ ଆଣିବାକୁ ସରକାରଙ୍କୁ ଆକୁଳ ନିବେଦନ କଲେ ଶ୍ରମିକ । ନିଜ ପରିବାର ପ୍ରତିପୋଷଣ କରିବା ସହିତ ପରିବାର ମୁହଁରେ ଦାନା ଦେଇ ହସ ଫୁଟାଇବା ଲାଗି ଦାଦନ ଖଟିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ରାଜକନିକା ଓ ଆଳି ବ୍ଲକର ଚାରି ଓଡ଼ିଆ ଶ୍ରମିକ । ଚାରିମାସ ହେବ ମିଳୁନି ଟଙ୍କା, ଭୋକ ଉପବାସରେ କଟୁଛି ଶ୍ରମିକଙ୍କ ଜୀବନ, ପାଖରେ ନାହିଁ ପାସପୋର୍ଟ । ଏହାସହ କାମକୁ ନ ଗଲେ ପୁଲିସରେ ଧରାଇ ଦେବା ସହ କମ୍ପାନୀର ମାଲିକ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।ଘରକୁ ଫେରିବାକୁ ଭିଡିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ଚାରି ଓଡ଼ିଆ ଶ୍ରମିକ। ରାଜକନିକା ବ୍ଲକର ଗୋବକ୍ଷଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝାରିଆ ଗାଁର ମନୋଜ ମଲିକ, ନହୁଣୀ ଗାଁ ର କୈଳାଶ ସେଠି, ଆଳିବ୍ଲକ ପଦନୀପାଳ ଗାଁର ନିତ୍ୟାନନ୍ଦ ମଳିକ ଓ ଉତ୍ତର ପ୍ରଦେଶର ପସି ରାଜକୁମଦା ଏହି ପାଞ୍ଚ ଜଣ ଶ୍ରମିକ ଥାଇଲାଣ୍ଡରେ ଫସିଛନ୍ତି ।










