କଟକ: କଟକ ବାରଙ୍ଗ ଥାନା ତ୍ରିଶୁଳିଆ ସୁଭାଷ ସେତୁ କାଠଯୋଡ଼ି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଜବତ କରି କଟକ ବଡ଼ମେଡ଼ିକାଲ ପଠାଇଛନ୍ତି । ଯୁବତୀ ଜଣଙ୍କର କେମିତି ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ବଢ଼ିଛି । କେହି ଆଣି ପକାଇ ଦେଇଛନ୍ତି ନା ସେତୁର ନଦୀ ପାଣିକୁ ଡେଇଁଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ସେତୁ ଉପରେ ଏକ ବ୍ୟାଗ୍ ଓ ଚପଲ ପଡ଼ିଛି । ସକାଳୁ ମର୍ଣିଂ ୱାକ କରୁଥିବା ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତ ଯୁବତୀଙ୍କ ବ୍ୟାଗରୁ ମିଳିଥିବା ଡକ୍ଟର ପ୍ରେସକିପସନରୁ ଯୁବତୀଙ୍କ ପରିଚୟ ମିଳିଛି । ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡ଼ିଛି । ବ୍ୟାଗରୁ ପୁଲିସକୁ ମୋବାଇଲ ମଧ୍ୟ ମିଳିଛି ।










