ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଧୀନସ୍ଥ ଘୋଳାହାଣ୍ଡି ରେ ମହିଳାଙ୍କୁ ହତ୍ୟା କରାଯାଇଛି । ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣଙ୍କ ହେଲେ କୁନି ମିଶ୍ର । ଘଟଣାସ୍ଥଳରେ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା ଓ ଅତିରିକ୍ତ ଏସ୍ପି ସୁବାସ ପଣ୍ଡା ପହଁଚି ତଦନ୍ତ ଜାରି ରଖିଛନ୍ତି । ଗତକାଲି ରାତିରେ ମହିଳା ଜଣଙ୍କ ଦୋକାନକୁ ଆସି ଫେରି ନଥିଲେ । ଆଉ ଆଜି ତାଙ୍କର ମୃତଦେହ ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ ।










