32.8 C
Bhubaneswar
Monday, June 15, 2026
Homeଦେଶ ବିଦେଶଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ସମୟସୀମା ବୃଦ୍ଧି

ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଲେବାନନ ପୁଣି ଅସ୍ତ୍ରବିରତି କରିବାକୁ ରାଜି ହୋଇଛନ୍ତି। ସେମାନେ ଲେବାନନ ମଧ୍ୟରେ ସୁରକ୍ଷା କ୍ଷେତ୍ର ପ୍ରତିଷ୍ଠା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ସେଠାରେ ହିଜବୁଲ୍ଲା ଲଢୁଆମାନଙ୍କୁ ରହିବା କିମ୍ବା କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ଚୁକ୍ତିନାମା ଆମେରିକା ମଧ୍ୟସ୍ଥତାରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ପରେ ହୋଇଛି। ଆଲୋଚନା ପରେ ଜାରି ହୋଇଥିବା ଏକ ମିଳିତ ବିବୃତିରେ କୁହାଯାଇଛି ଯେ, ଯଦି ହିଜବୁଲ୍ଲା ସମ୍ପୂର୍ଣ୍ଣ ଭାବରେ ଆକ୍ରମଣ ବନ୍ଦ କରେ ଏବଂ ଲିଟାନି ନଦୀର ଦକ୍ଷିଣ ଅଞ୍ଚଳରୁ ସମସ୍ତ ଲଢୁଆଙ୍କୁ ପ୍ରତ୍ୟାହାର କରେ ତେବେ ହିଁ ଅସ୍ତ୍ରବିରତି ଜାରି ରହିବ। ଏହି ସୁରକ୍ଷା କ୍ଷେତ୍ରଗୁଡ଼ିକ କିପରି ସୃଷ୍ଟି ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଚୁକ୍ତିନାମାରେ କୁହାଯାଇଛି ଯେ, ଲେବାନିଜ୍ ସେନାର ଏହି ଅଞ୍ଚଳଗୁଡ଼ିକ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ସେନା ସେଠାରେ ସୁରକ୍ଷା ବଜାୟ ରଖିବ ଏବଂ ନିଶ୍ଚିତ କରିବ ଯେ ହିଜବୁଲ୍ଲାର ଉପସ୍ଥିତି ସେଠାରେ ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking