ଭୁବନେଶ୍ୱର: ଓଡିଶା ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବାଂଲା ଅନୁପ୍ରବେଶକାରୀଙ୍କୁ ରୋକିବା ପାଇ ତଟ ସୁରକ୍ଷା ବାହିନୀ ସଜାଗ ଅଛନ୍ତି । ଏନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ ବି ଖୁରାନିଆ । ଗୋଟିଏ ସ୍ଥାନରେ ୧୧ଟି ଏଜେନ୍ସି ଏକାଠି ହୋଇଛନ୍ତି । ତଟ ସୁରକ୍ଷା ପାଇଁ ୧୫୦ କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର ।










