36.1 C
Bhubaneswar
Saturday, May 30, 2026
Homeଓଡିଶାସରକାରଙ୍କୁ ୧୦ ଦିନର ଅଲଟିମେଟମ: ବସ ସଂଘ

ସରକାରଙ୍କୁ ୧୦ ଦିନର ଅଲଟିମେଟମ: ବସ ସଂଘ

କଟକ: ବସ୍ ଭଡା ନବଢିଲେ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଚେତାବନୀ । ଡିଜେଲ ସହ ବସ୍ ବ୍ୟବସାୟରେ ଆନୁସଙ୍ଗୀକ ଜିନିଷର ମୂଲ୍ୟ ବୃଦ୍ଧି ଘଟିଛି । ଏହାସହ ବୀମା ଓ ଟିକସ ମଧ୍ୟ ବଢିଛି । ଏଭଳି ପରିସ୍ଥିତିରେ ସର୍ବନିମ୍ନ ବସ୍ ଭଡା ବୃଦ୍ଧି ନହେଲେ ଯାତ୍ରୀ ପରିବହନ ବ୍ୟବସାୟ କରିବା ଅସମ୍ଭବ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।କଟକରେ ଆୟୋଜିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟକାରିଣୀ ବୈଠକରେ ଏହିଭଳି ନିଷ୍ପତ୍ତି ନିଆଯାଇଛି । ଅଟୋମେଟିକ୍ ମେକାନିଜିମ୍ ମାଧ୍ୟମରେ ଡିଜେଲ ଦର ବଢିଲେ ବା କମିଲେ ବସ୍ ଭଡା ସଂଶୋଧନ ହେଉଥିଲା । କିନ୍ତୁ ଏବେ ନିୟମିତ ବ୍ୟବଧାନରେ ଡିଜେଲ ଦର ବଢିଚାଲିଥିବା ବେଳେ ସେହି ଅନୁପାତରେ ବସ୍ ଭଡା ବୃଦ୍ଧି କରାଯାଇନଥିବା ବସ୍ ମାଲିକ ସଂଘ କହିଛି । ଏହାସହ ବସ୍ ଚେସିସ୍, ଟାୟାର, ଲୁବ୍ରିକାଣ୍ଟ ଦର ସହ ବୀମା ଓ ଟିକସ୍ ମଧ୍ୟ ଗତ ୧୦ ବର୍ଷ ଭିତରେ ବହୁ ମାତ୍ରାରେ ବଢିଛି । ମାତ୍ର ଗତ ୧୦ ବର୍ଷ ହେବ ଅଟୋମେଟିକ ମେକାନିଜିମରେ ସେ ସବୁ ଦିଗ ପ୍ରତି ଧ୍ୟାନ ଦିଆଯାଇ ନାହିଁ । ତେଣୁ ଡିଜେଲ ଦର ବୃଦ୍ଧି ସହ ଯାତ୍ରୀ ପରିବହନରେ ଆନୁସଙ୍ଗୀକ ଜିନିଷର ଦର ବୃଦ୍ଧିକୁ ନେଇ ବସ୍ ଭଡା ବଢାଇବା ପାଇଁ ବସ୍ ମାଲିକ ସଂଘ ଦାବି କରିଛି । ଏ ନେଇ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ୧୦ ଦିନ ଭିତରେ କୌଣସି ନିଷ୍ପତ୍ତି ନନିଅନ୍ତି, ତେବେ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ କରିବା ପାଇଁ ସଙ୍ଘ ବାଧ୍ୟ ହେବ ବୋଲି କହିଛି । ଯଦି ସରକାର ବସ୍ ମାଲିକ ସଂଘ ଦାବି ସମ୍ପର୍କରେ କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଜୁନ୍ ୧୭ ତାରିଖରୁ ରାଜ୍ୟରେ ଘରୋଇ ବସ୍ ସେବା ବନ୍ଦ ହେବାର ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking